ଲୁଚକାଳି ଖେଳିବା ପାଇଁ ଡ଼ାକି ୮ବର୍ଷିଅ ନାବାଳିକା ସହ ଦୁଷ୍କର୍ମ କଲେ ୭ଜଣ ନାବାଳକ

Advertisment

ଗିରଫ ପରେ କରୋନା ଆକ୍ରାନ୍ତ ଥିବା ୨ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି

ଗିରଫ ପରେ କରୋନା ଆକ୍ରାନ୍ତ ଥିବା ୨ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି

ଲୁଚକାଳି ଖେଳିବା ପାଇଁ ଡ଼ାକି ୮ବର୍ଷିଅ ନାବାଳିକା ସହ ଦୁଷ୍କର୍ମ କଲେ ୭ଜଣ ନାବାଳକ

ନୂଆଦିଲ୍ଲୀ: ଖେଳିବା ପାଇଁ ଡ଼ାକି ଜଣେ ନାବାଳିକାକୁ ଦୁୁଷ୍କର୍ମ କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ତ୍ରିପୁରାରେ ଘଟିଥିବା ବେଳେ ୭ଜଣ ନାବାଳକ ମିଶି ଦୁଷ୍କର୍ମ ଭଳି ଅପରାଧ କରିଥିବା ଜଣା ପଡ଼ିଛି। ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରି ପୁଲିସ ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିଛି। ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ କିଶୋର ଗୃହକୁ ପଠାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ପଠାଯାଇଛି। ସେମାନେ କରୋନା ଆକ୍ରାନ୍ତ ଥିବା ଜଣା ପଡ଼ିବା ପରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି।

publive-image indiatoday

ପୀଡିତାଙ୍କ ବାପା ଦେଇଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାଳକମାନେ ପୀଡ଼ିତାଙ୍କୁ ଲୁଚକାଳି ଖେଳ ଖେଳିବା ପାଇଁ ଡ଼ାକି ନେଇ ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ଘରକୁ ଫେରି ପରିବାର ଲୋକଙ୍କୁ ପୂରା ଘଟଣା ଜଣାଇବା ପରେ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ। ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ଶନିବାର ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିଲା। ୭ଜଣ ଅଭିଯୁକ୍ତଙ୍କ ନାଁରେ ଏତଲା ଲେଖାଯାଇଥିବା ବେଳେ ପୁଲିସ ଏବେ ୬ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe