ଗଳାରେ ଫୁଟିଗଲା ତ୍ରିଶୂଳ, ୬୫କିମି ଦୂର ଅତିକ୍ରମ କରି ପୀଡିତ ହସ୍ପିଟାଲରେ ପହଞ୍ଚିଲେ

Advertisment
ଗଳାରେ ଫୁଟିଗଲା ତ୍ରିଶୂଳ, ୬୫କିମି ଦୂର ଅତିକ୍ରମ କରି ପୀଡିତ ହସ୍ପିଟାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ନିକଟରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୌଣସି କାରଣକୁ ନେଇ ପଡ଼ିଶାଘର ଲୋକଙ୍କ ସହିତ ଝଗଡ଼ା ହେବାରୁ ସେମାନେ ଜଣେ ବ୍ୟକ୍ତିଙ୍କ ଗଳାରେ ତ୍ରିଶୂଳ ଭୁସି ଦେଇଥିଲେ। ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରୁ ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ଜଣେ ଯୁବକଙ୍କ ସହିତ ଏହି ଘଟଣା ଘଟିଛି। ପୀଡିତ ଯୁବକଙ୍କ ନାମ ଭାସ୍କର ବୋଲି ଜଣାପଡ଼ିଛି।

ଉକ୍ତ ଯୁବକଙ୍କ ପଡ଼ିଶା ଘରର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ଫଳରେ ସେମାନେ ଯୁବକଙ୍କ ଉପରକୁ ଆକ୍ରମଣ କରି ତାଙ୍କ ଗଳାରେ ତ୍ରିଶୂଳ ଭୁସି ଦେଇଥିଲେ। ଏହି ଆକ୍ରମଣରେ ଯୁବକ ଜଣକ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲକାତାସ୍ଥିତ ଏନଆରଏସ ହସ୍ପିଟାଲକୁ ନେଇଯାଇଥିଲେ।

ଅର୍ଥାତ ଏଭଳି ଅବସ୍ଥାରେ ସେ ୬୫କିଲୋ ରାସ୍ତା ଅତିକ୍ରମ କରି ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ସଙ୍ଗେସଙ୍ଗେ ଭାସ୍କରଙ୍କ ଅବସ୍ଥା ଦେଖି ଅସ୍ତ୍ରୋପଚାର ପାଇଁ ପୀଡିତଙ୍କ ପରିବାରଲୋକଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ। ଏହାପରେ ସେ ଭାସ୍କରଙ୍କ ଅସ୍ତ୍ରୋପଚାର  ଆରମ୍ଭ କରି ଦେଇଥିଲେ। ଅସ୍ତ୍ରୋପଚାର ପରେ ଭାସ୍କରଙ୍କ ଗଳାରୁ ତ୍ରିଶୂଳକୁ ବାହାର କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥାବସ୍ଥା ଠିକ ଅଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe