‘ମୁଁ ତୋ ଝିଅକୁ ଦୁଷ୍କର୍ମ କରିବାକୁ ଚାହେଁ, ତାକୁ ମୋ ପାଖକୁ ପଠା’! ଏପରି ଅଶାଳୀନ ଟୁଇଟ୍‌ରେ ଏମିତି ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା ଚତୁର୍ବେଦୀ

Advertisment
‘ମୁଁ ତୋ ଝିଅକୁ ଦୁଷ୍କର୍ମ କରିବାକୁ ଚାହେଁ, ତାକୁ ମୋ ପାଖକୁ ପଠା’! ଏପରି ଅଶାଳୀନ ଟୁଇଟ୍‌ରେ ଏମିତି ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବାର କିଛି ଦିନ ଅନ୍ତରରେ ଏବେ ଟ୍ରୋଲ୍‌ ହେଇଛନ୍ତି ଆଉ ଜଣେ ରାଜନେତ୍ରୀ। କଂଗ୍ରେସର ମୁଖପାତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ତାଙ୍କ ଝିଅ ସଂପର୍କରେ ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଶାଳୀନ ମନ୍ତବ୍ୟ ଦେବା ପରେ ସେ ତାହାର ଉତ୍ତର ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି।

‘ଜୟ ଶ୍ରୀ ରାମ’ ନାମରେ ଖୋଲାଯାଇଥିବା ଏକ ଟୁଇଟର୍‌ ଆକାଉଣ୍ଟ୍‌ର ବ୍ୟବହାରକାରୀ ଜଣକ ଟୁଇଟ୍‌ କରିଛନ୍ତି, ‘ପ୍ରିୟଙ୍କା ମୁଁ ତୋ ଝିଅକୁ ଦୁଷ୍କର୍ମ କରିବାକୁ ଚାହୁଁଛି। ତୋ ଝିଅକୁ ମୋ ପାଖକୁ ପଠା।’

ଏହାର ଉତ୍ତରରେ ପ୍ରିୟଙ୍କା ଲେଖିଛନ୍ତି, ‘ପ୍ରଥମେ ତ ଭଗବାନ ରାମଙ୍କ ନାମକୁ ବ୍ୟବହାର କରି ଆକାଉଣ୍ଟ୍‌ ଖୋଲୁଛ। ସେଥିରେ ପୁଣି ମୋ ଝିଅ ବିଷୟରେ ଅଭଦ୍ର ଟିପ୍ପଣୀ ଦେଉଛ। ଚୁଲିଏ ପାଣିରେ ବୁଡ଼ି ମାର। ନାଇଁ ତ ତୁମ ଭଳି ନିମ୍ନ ଚିନ୍ତାଧାରା ବ୍ୟକ୍ତିଙ୍କୁ ଭଗବାନ ଉଚିତ ଶାସ୍ତି ଦେବେ।’ ଏହା ବ୍ୟତୀତ ସେ ମୁମ୍ବାଇ ପୁଲିସ୍‌କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ କହିଛନ୍ତି।

ଏ ସଂକ୍ରାନ୍ତରେ ବହୁ ଟୁଇଟର୍‌ ବ୍ୟବହାରକରୀ ପ୍ରିୟଙ୍କାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ଧୀରେ ଧୀରେ ସୋସିଆଲ୍‌ ମିଡିଆରେ ମହିଳାଙ୍କୁ ଦୁଷ୍କର୍ମ ଧମକ ଏକ ସାଧାରଣ କଥା ପାଲଟିବାରେ ଲାଗିଛି। ଆମେ ସବୁ ଏହାକୁ ସହିଯିବା ହେତୁ ଦୁଷ୍ଟ ଲୋକମାନେ ଉତ୍ସାହିତ ହେଉଛନ୍ତି ବୋଲି ଜଣେ ବ୍ୟବହାରକାରୀ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe