ଭୁବନେଶ୍ବର: ରାଜମହଲ ଛକ ନିକଟରେ ଜଣେ ଟ୍ରକ୍ ଚାଳକଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମକୁ ପଣ୍ଡ କରିଛନ୍ତି କମିସନରେଟ୍ ପୁଲିସର ଦୁଇ ସାହସୀ ହାବିଲ୍ଦାର। ଉଭୟଙ୍କ ଏପରି ସାହସିକତା ପାଇଁ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ଆଜି ଉଭୟଙ୍କୁ ସମ୍ବର୍ଧିତ କରିଛନ୍ତି। କ୍ୟାପିଟାଲ ଥାନା ପୁଲିସ ଲୁଟେରାଦ୍ବୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ଟି ମୋବାଇଲ୍ ଓ ସାଢ଼େ ୫ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ମହିପୁର ଅଞ୍ଚଳର ସର୍ବଜିତ୍ ରାଉତ(୨୯) ଓ ପୁରୀ ଜିଲ୍ଲା କଣାସ ଅଞ୍ଚଳର ଦୁଃଶାସନ ମହାପାତ୍ର(୨୮)। ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଜନାର୍ଦ୍ଦନ ସାମଲ ନାମକ ଜଣେ ଟ୍ରକ୍ ଚାଳକ ମଞ୍ଚେଶ୍ବରରୁ ଜିନିଷପତ୍ର ନେଇ ରାୟପୁର ଯାଇଥା’ନ୍ତେ। ଭୁଲ୍ରେ ସେ ଟ୍ରକ୍କୁ ରାଜମହଲ ଆଡ଼କୁ ନେଇଯାଇଥିଲେ। ଏକ କାର ତାଙ୍କୁ ପିଛା କରି କିଛି ବାଟ ଗୋଡ଼ାଇବା ପରେ ପଥରୋଧ କରିଥିଲା। ଟ୍ରକ୍ ଅଟକିବା ମାତ୍ରେ ଲୁଟେରାମାନେ ଜନାର୍ଦ୍ଦନ ଓ ହେଲପରକୁ ମାର୍ପିଟ କରି ଟଙ୍କା ଓ ଟ୍ରକ୍ ନେଇ ଯାଇଥିଲେ। କିଛି ଦୂରରେ ଥିବା ଏକ ପିସିଆର-୧ ଗଣ୍ଡଗୋଳ ଦେଖି ଘଟଣାସ୍ଥଳକୁ ଅସିଥିଲା। ହାବିଲ୍ଦାର ନିରଞ୍ଜନ ନାୟକ ତୁରନ୍ତ ପିସିଆର୍-୨କୁ ସୂଚନା ଦେଇଥିଲେ। କିଛିବାଟ ପିଛା କରିବା ପରେ ଦୁଇଟି ପିସିଆର ଟ୍ରକ୍କୁ ଘେରି ଯିବା ସହ ଦୁଇ ଲୁଟେରାଙ୍କୁ କାବୁ କରିଥିଲେ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/02/arrest09.jpg)