New Indian Express
ବେଙ୍ଗାଲୁରୁ: ଅନଲାଇନ୍ କେକ୍ ଅର୍ଡର କରିବାକୁ ଯାଇ ବେଙ୍ଗାଲୁରୁର ଜଣେ ମହିଳା ୭୧,୫୦୦ଟଙ୍କା ହରାଇଥିବା ଜଣା ପଡ଼ିଛି। ଏକ ଘରୋଇ କମ୍ପାନିରେ କାମ କରୁଥିବା ମହିଳା ସହରର ସବୁଠାରୁ ଭଲ ଦୋକାନରୁ କେକ୍ ଅର୍ଡର କରିବା ପାଇଁ ଫୋନ କରିଥିବା ବେଳେ ଠକାମିର ଶିକାର ହୋଇଛନ୍ତି। ନିଜ ଝିଅର ଜନ୍ମଦିନକୁ ଖାସ୍ କରିବା ପାଇଁ ସେ ଯୋଜନା କରୁଥିଲେ। କିନ୍ତୁ ଶେଷରେ ତାଙ୍କ ଆକାଉଣ୍ଟରେ ୭୧,୫୦୦ଟଙ୍କା ଚାଲି ଯାଇଥିଲା।
କଟ୍ଟନପେଟ୍ ମେନ୍ ରୋଡରେ ରହୁଥିବା ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ନଭେମ୍ବର ୨୯ରେ ପୀଡ଼ିତା କେକ୍ ବୁକ୍ କରିବା ପାଇଁ ସହରର ପ୍ରସିଦ୍ଧ ବେକହାଉସ୍ ଗ୍ଲେନର ଠିକଣା ଓ ଫୋନ ନମ୍ବର ଗୁଗଲରେ ଖୋଜିଥିଲେ। ଯାହା ପରେ ଗୁଗଲରେ ମିଳିଥିବା ନମ୍ବରକୁ ଫୋନ କରିଥିଲେ ମଧ୍ୟ ଫୋନ ଲାଗି ନଥିଲା। ଏହାର ଗୋଟେ ମିନିଟ୍ ମଧ୍ୟରେ ଏକ ଅଜଣା ନମ୍ବରରୁ ଫୋନ ଆସିବା ସହ ଜଣେ ଯୁବକ ତାଙ୍କୁ ଗ୍ଲେନ୍ ବେକହାଉସର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଏହା ଶୁଣି ପୀଡ଼ିତା କେକ୍ ଅର୍ଡର ଦେଇଥିଲେ। ଅର୍ଡର ଦେବା ପରେ ଯୁବକଜଣଙ୍କ ତାଙ୍କୁ ଡେବିଟ୍ କାର୍ଡର ବିବରଣୀ ମାଗିବା ସହ ଫୋନକୁ ଆସିଥିବା ଓଟିପି ମଧ୍ୟ ନେଇ ଯାଇଥିଲେ। ଯାହାର କିଛି ସମୟ ପରେ ପୀଡ଼ିତାଙ୍କ ଆକାଉଣ୍ଟରୁ ୭୧,୫୦୦ଟଙ୍କା ଚାଲି ଯାଇଥିଲା। ଆକାଉଣ୍ଟରୁ ଟଙ୍କା ଚାଲିଯିବା ପରେ ପୀଡ଼ିତା ଆସିଥିବା ନମ୍ବରକୁ ଫୋନ କରିଥିଲେ ମଧ୍ୟ ସେତେବେଳକୁ ଫୋନ ବନ୍ଦ ହୋଇ ସାରିଥିଲା।
ଏହା ପରେ ପୀଡ଼ିତା ଗୁଗଲରେ ଗ୍ଲେନ୍ ବେକହାଉସର ଦିଆଯାଇଥିବା ଠିକଣାରେ ପହଞ୍ଚିଥିବା ବେଳେ ସେଠାରେ ଗ୍ଲେନ୍ ବେକହାଉସର କୌଣସି ଦୋକାନ ନଥିବା ଦେଖିଥିଲେ।
Follow Us