କୋଠାରୁ ଡେଇଁ ଜୀବନ ହାରିଲେ ଟିକଟକ ଷ୍ଟାର

Advertisment

ନିଜକୁ ନିଜେ ବିବାହ କରିଥିବା ତୁର୍କୀର ଟିକଟକ୍ ଷ୍ଟାର କୁବ୍ରା ଅୟକୁଟ କୋଠାର ପଞ୍ଚମ ମହଲାରୁ ଡେଇଁ ହାରି ଦେଇଛନ୍ତି ଜୀବନ। ଟିକଟକ ଷ୍ଟାରଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରି ପାରୁ ନାହାନ୍ତି ତାଙ୍କ ଅନୁଗାମୀ।

ନିଜକୁ ନିଜେ ବିବାହ କରିଥିବା ତୁର୍କୀର ଟିକଟକ୍ ଷ୍ଟାର କୁବ୍ରା ଅୟକୁଟ କୋଠାର ପଞ୍ଚମ ମହଲାରୁ ଡେଇଁ ହାରି ଦେଇଛନ୍ତି ଜୀବନ। ଟିକଟକ ଷ୍ଟାରଙ୍କ ମୃତ୍ୟୁ ଖବରକୁ ବିଶ୍ବାସ କରି ପାରୁ ନାହାନ୍ତି ତାଙ୍କ ଅନୁଗାମୀ।

erwer

ନୂଆଦିଲ୍ଲୀ: ତୁର୍କୀର ଟିକଟକ୍ ଷ୍ଟାର କୁବ୍ରା ଅୟକୁଟ ଜୀବନ ହାରି ଦେଛନ୍ତି। ନିକଟରେ କୁବ୍ରା ବିନା ବରରେ ନିଜକୁ ନିଜେ ବିବାହ କରିଥିବା ଘଟଣା ବେଶ ଚର୍ଚ୍ଚାର ପରିସରରେ ରହିଥିଲା।  

ତୁର୍କୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ, ସୋମବାର ଇସ୍ତାନବୁଲର ସୁଲତାନବେଲି ଜିଲ୍ଲାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କୋଠାର ପଞ୍ଚମ ମହଲାରୁ ଖସିପଡିବା ପରେ ଟିକଟକ୍ ଷ୍ଟାର କୁବ୍ରାଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଧିକାରୀମାନେ କୁବ୍ରାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛନ୍ତି। ଏହି ନୋଟକୁ ଯାଞ୍ଚ ଶେଷହେବା ପର୍ଯ୍ୟନ୍ତ ଗୋପନ ରଖାଯାଇଛି।  ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।  ଟିକଟକ ଷ୍ଟାରଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ପ୍ରଶଂସକମାନେ କହିଛନ୍ତି, ମୃତ୍ୟୁ ପୂର୍ବରୁ କୁବ୍ରା ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ପୋଷ୍ଟ ସେୟାର କରିଥିଲେ। ଏଥିରେ ସେ ନିଜର ଓଜନ ବୃଦ୍ଧି ଅଭିଜ୍ଞତା ବିଷୟରେ ଏକ ଦୁଃଖଦ ବାର୍ତ୍ତା ଦେଇଥିଲେ। କୁବ୍ରା ପୋଷ୍ଟ ଜରିଆରେ କହିଥିଲେ, ‘ମୁଁ ମୋର ଶକ୍ତି ଜମା କରିଛି, କିନ୍ତୁ ମୋର ଓଜନ ବଢ଼ୁନାହିଁ । ଓଜନ ପ୍ରତିଦିନ କିଛି କିଲୋଗ୍ରାମ ହ୍ରାସ ପାଉଛି । ମୁଁ ଜାଣେ ନାହିଁ କ’ଣ କରିବି? ମୋତେ ଓଜନ ବୃଦ୍ଧି କରିବାକୁ ପଡ଼ିବ।

ଟିକଟକ ଷ୍ଟାରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଶୋକର ଲହରୀ ଖେଳାଇ ଦେଇଛି। କୁବ୍ରା ଯେ ଆଉ ଏ ଦୁନିଆରେ ନାହାନ୍ତି ଏକଥା ତାଙ୍କ ଅନୁଗାମୀମାନେ ବିଶ୍ବାସ କରି ପାରୁ ନାହାନ୍ତି। କୁବ୍ରାଙ୍କ ମୃତ୍ୟୁ ଖବର ପାଇବା ପରେ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଏବଂ ଅନୁଗାମୀ ସମବେଦନା ଜଣାଇଛନ୍ତି। 

ଅଧିକପଢ଼ନ୍ତୁ:https://sambad.in/crime/oldwoman-burntalive-hersons-tripura-7179655

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe