ଛଅ ବର୍ଷର ନାବାଳିକା ଛାତ୍ରୀ ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଟିଉସନ ଶିକ୍ଷକ ଗିରଫ

Advertisment
ଛଅ ବର୍ଷର ନାବାଳିକା ଛାତ୍ରୀ ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଟିଉସନ ଶିକ୍ଷକ ଗିରଫ

ଗାଜିଆବାଦ: ଲୋନି ଅଞ୍ଚଳର ଜଣେ ଛଅ ବର୍ଷର ନାବାଳିକା ସହ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଜଣେ ଲୋକଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ସେହି ନାବାଳିକା ଜଣକ ନିଜ ଭାଇ ସହିତ ଟିଉସନ ସାରି ଫେରିଥିଲା। ସୋମବାର ସନ୍ଧ୍ୟାରେ ସେ ଟିଉସନ୍‌ରୁ ଫେରିବା ପରେ ପୁଣି ବାହାରକୁ ଯାଇଥିଲା, ହେଲେ ଆଉ ଫେରିନଥିଲା। ତା’ର ବାପା ମାଆ ଏବଂ ପଡ଼ୋଶୀମାନେ ତାକୁ ବହୁତ ଖୋଜାଖୋଜି କରିବା ପରେ ତାକୁ ପାଇନଥିଲେ।

publive-image
ମଙ୍ଗଳବାର ସକାଳେ, ଯେତେବେଳେ ନାବାଳିକାର ବାପା ପୂଜା କରିବାକୁ ଯାଉଥିଲେ,ସେତେବେଳେ ସେ ଦେଖିଲେ ଏକ ମସଜିଦ୍‌ ନିକଟରେ ତାଙ୍କ ଝିଅ ପଡ଼ି ରହିଛି। ନାବାଳିକା ଜଣକ କିଣ୍ଡରଗାର୍ଟେନ୍ ଶ୍ରେଣୀରେ ପଢୁଥିଲେ। ସେ ଯେଉଁ ଟିଉସନ ଶିକ୍ଷକଙ୍କ ପାଖରେ ଟିଉସନ୍‌ ପଢେ, ସେ ହିଁ ଏହି ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ବୁଧବାର ଦିନ ଦୁଷ୍କର୍ମକାରୀ -ହତ୍ୟାକାରୀ ଟିଉସନ୍‌ ଶିକ୍ଷକ ଫୈଜଲ୍‌ ଇସଲାମ୍‌କୁ ଗିରଫ କରିଥିଲା। ସେ ପୀଡିତା ସହିତ ଦୁଷ୍କର୍ମ ଓ ହତ୍ୟା କରିଥିବା କଥାକୁ ବି ସ୍ୱୀକାର କରିଥିଲା। ଏହାପରେ ପୁଲିସ ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୨,୩୭୬ ଓ ପୋସ୍କୋ ଧାରାର ୫/୬ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରିଛି ବୋଲି ଡି ଆଇ ଜି ଉପେନ୍ଦ୍ର ଅଗ୍ରଓ୍ଵାଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe