ଟେଲି ଅଭିନେତ୍ରୀଙ୍କ ପୁଅର ମିଳିଲା ମୃତଦେହ, ହତ୍ୟା ସନ୍ଦେହ

Advertisment

ସନ୍ଦେହଜନକ ପରିସ୍ଥିତିରେ ଟିଭି ଅଭିନେତ୍ରୀ ସପନା ସିଂଙ୍କ ୧୪ବର୍ଷର ପୁଅର ମୃତ୍ୟୁ ହୋଇଛି। ଏହି ମାମଲାରେ ହତ୍ୟା ସନ୍ଦେହ କରି ମୃତକଙ୍କ ଦୁଇ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।

Updated On

ସନ୍ଦେହଜନକ ପରିସ୍ଥିତିରେ ଟିଭି ଅଭିନେତ୍ରୀ ସପନା ସିଂଙ୍କ ୧୪ବର୍ଷର ପୁଅର ମୃତ୍ୟୁ ହୋଇଛି। ଏହି ମାମଲାରେ ହତ୍ୟା ସନ୍ଦେହ କରି ମୃତକଙ୍କ ଦୁଇ ବନ୍ଧୁଙ୍କୁ ପୁଲିସ ଗିରଫ କରିଛି।

ଅଦ୍ୟତନ ହୋଇଛି
tsapna

ମୁମ୍ବାଇ: 'କ୍ରାଇମ ପାଟ୍ରୋଲ' ଏବଂ 'ମଟ୍ଟି କି ବନୋ' ସମେତ ଅନେକ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ସପନା ସିଂଙ୍କ ପୁଅଙ୍କର ଦେହାନ୍ତ ହୋଇଛି। ସନ୍ଦେହଜନକ ପରିସ୍ଥିତିରେ ଡ୍ରେନରୁ ଅଭିନେତ୍ରୀଙ୍କ ପୁଅ ସାଗର ଗଙ୍ଗୱାରଙ୍କ ମୃତଦେହ ମିଳିଛି। ୧୪ ବର୍ଷର ପୁଅକୁ ହରାଇବା ‌ପରେ ସପନା ଓ ତାଙ୍କ ପରିବାର ନ୍ୟାୟ ଦାବି କରି ବି‌ରୋଧ ପ୍ରଦର୍ଶନ କରିଥିଲେ। ତେବେ ପୁଲିସ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେବାରୁ ସପନା ବିରୋଧ ପ୍ରଦର୍ଶନ ବନ୍ଦ କରିଥିଲେ ବୋଲି ସାମ୍ନାକୁ ଆସିଛି।

ପୁଲିସର କହିବା ମୁତାବକ, ସାଗରଙ୍କ ମୃତଦେହ ମିଳିବା ପରେ ହତ୍ୟା ସନ୍ଦେହ କରି ଆମେ ତାଙ୍କ ୨ବନ୍ଧୁ ଅନୁଜ ଓ ସନୀଙ୍କୁ ଗିରଫ କରିଛୁ। ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ବିଷ କିମ୍ବା ନିଶା ଔଷଧର ମାତ୍ରା ଅଧିକ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା କହୁଛନ୍ତି ଡାକ୍ତର। ପରବର୍ତ୍ତୀ ଯାଞ୍ଚ ପାଇଁ ଭିସେରା ନମୁନା ସଂରକ୍ଷିତ କରାଯାଇଛି।"

ଅନ୍ୟପକ୍ଷରେ ପଚରାଉଚରା ବେଳେ ୨ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ, "ସେମାନେ ସାଗରଙ୍କ ସହ ଡ୍ରଗ୍ସ ଏବଂ ମଦ୍ୟପାନ କରୁଥିଲେ। ଅତ୍ୟଧିକ ମାତ୍ରା ହେତୁ ସାଗର ଚେତାଶୂନ୍ୟ ହୋଇଗଲେ। ଏହା ଦେଖି ୨ଅଭିଯୁକ୍ତ ଭୟଭୀତ ହୋଇ ତାଙ୍କ ମୃତଦେହକୁ ଟାଣି ନେଇ ଡ୍ରେନରେ ପକାଇ ଦେଇଥିଲେ।”

ତେବେ ରବିବାର ସାଗରଙ୍କ ମୃତଦେହ ମିଳିଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe