୬୫ବର୍ଷର  ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଜୟପୁର/ବୋରିଗୁମ୍ମା: ଗତ ୨୫ତାରିଖ ଦଶହରା ଦିନ କୋରାପୁଟ ଜିଲ୍ଲାର ବିସିଂପୁର ଥାନା ଅଂଚଳରେ ୬୫ ବର୍ଷର ଜଣେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିସିଂପୁର ପୁଲିସ ଘଟଣାର ତଦନ୍ତ କରି  ଦଫା ୪୫୦, ୩୭୬ଡି ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ବିଶୁ ପାଇକ(୨୫) ଓ ଲମ୍ବୁ ପାଇକ(୨୪)ଙ୍କୁ ଗିରଫ କରିଥିଲେ। ଉଭୟଙ୍କର ଆଜି ଡାକ୍ତରୀ ମାଇନା କରିବା ପରେ ବୋରିଗୁମ୍ମା ଜେଏମଏଫସି କୋର୍ଟକୁ ଚାଳାଣ କରାଯାଇଥିବା ବିସିଂପୁର ଥାନା ଓଆଇସି ଦାମଧର ବିହାରୀ କହିଛନ୍ତି। ଉଭୟଙ୍କ ପାଇଁ ଜାମିନ୍ ଆବେଦନ ଦାଖଲ କରାଯାଇଥିଲା।

ତେବେ ଏହାକୁ ମାନ୍ୟବର ଜେଏମଏଫସି ନାକଚ କରିବା ସହ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି ବୋଲି କହିଛନ୍ତି ଏପିପି ମୁନ୍ନା ଦୋରା। ପ୍ରକାଶଯୋଗ୍ୟ, ବିଧବା ବୃଦ୍ଧାଙ୍କ ପିଲା ‌ଛୁଆ କେହି ନଥିବା ବେଳେ ଏକା ରହୁଥିଲେ।  ୨୫ତାରିଖ ଦିନ ରାତିରେ କେହି ନଥିବା ସୁଯୋଗରେ ଅଭିଯୁକ୍ତ ଦ୍ବୟ ଘର ମଧ୍ୟରେ ପଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ବୃଦ୍ଧା ଜଣକ ଭୟରେ ଏତଲା ଦେଇନଥିଲେ। ୨୮ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ଏହା ପରେ ବିସିଂପୁର ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe