ଅଢ଼େଇ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗରେ ୨ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର: କ୍ରାଇମବାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଅଢ଼େଇ କୋଟି ଟଙ୍କାର ଠକେଇ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଲେ ବ୍ୟାଙ୍କର ମ୍ୟାନେଜର ତଥା ଆସେସମେଣ୍ଟ ଅଫିସର ଶ୍ରୀକାନ୍ତ ପୃଷ୍ଟି ଓ ଏକ ଘରୋଇ ସଂସ୍ଥା (ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀସ୍ଥିତ ଏମ୍‌ଏସ୍ କେପି ସଲ୍ୟୁସନ)ର ମୁଖ୍ୟ କାଳି ପ୍ରସାଦ ମିଶ୍ର । ଏମାନେ ଜାଲି କରି ଜୟଦେବ ବିହାରସ୍ଥିତ ପଂଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରୁ ୨କୋଟି ୫୦ ଲକ୍ଷ ଠକି ନେଇଛନ୍ତି ।

ପଂଜାବ ନ୍ୟାସନାଲ ବ୍ୟାଙ୍କର ଭୁବନେଶ୍ୱର ମୁଖ୍ୟ ପରେଶ କୁମାର ଦାସ ଠକେଇ ବାବଦରେ ଅଭିଯୋଗ ଆଣିଥିଲେ ଯେ, ବ୍ୟାଙ୍କର ଜଣେ ଅଧିକାରୀଙ୍କ ସମେତ ଭୁବନେଶ୍ୱର ନାଗେଶ୍ୱର ଟାଙ୍ଗୀସ୍ଥିତ ଏମ୍‌ଏସ୍ କେପି ସଲ୍ୟୁସନର ମୁଖ୍ୟ କାଳି ପ୍ରସାଦ ଷଡ଼ଯନ୍ତ୍ର କରି ୨.୫ କୋଟି ଟଙ୍କା ଠକି ନେଇଛନ୍ତି । ତେବେ ତଦନ୍ତ ସମୟରେ ବ୍ୟାଙ୍କ ଅଫିସର ଶ୍ରୀ ପୃଷ୍ଟି ଓ ଘରୋଇ ସଂସ୍ଥାର ମୁଖ୍ୟ ଶ୍ରୀ ମିଶ୍ର ନିଜର ଭୁଲ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe