ହେରୋଇନ୍‌ ଜବତ, ୨ ଗିରଫ

Advertisment
ହେରୋଇନ୍‌ ଜବତ, ୨ ଗିରଫ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ରେ ଥିବା ଅଟୋ ଷ୍ଟାଣ୍ଡ୍‌ ନିକଟରେ ହେରୋଇନ୍‌ ବେପାର କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବତୀ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଞ୍ଚ ଭୋଇ ସାହିର ପୁଷ୍ପା ସାହୁ(୧୮) ଓ କାଉ ଓରଫ ନରେଶ ବେହେରା। ପୁଲିସ ସୂଚନା ଅନୁଯାୟୀ ନରେଶ ଓ ପୁଷ୍ପା ଉଭୟ ହେରୋଇନ୍‌ ବେପାର କରୁଥିଲେ। ପୁଷ୍ପା ଦୀର୍ଘ ଦିନ ହେଲା ବିହାରରୁ ଆସି ଏହି ବେପାରକୁ ବଢ଼ାଇଥିଲା। ସେମାନେ ପୁରୁଣା ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମନ୍ଦିର କଡ଼ରେ ଖୁଲମଖୁଲା ନିଶା ବେପାର କରୁଥିଲେ। ଏନେଇ ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ‘ସିମ୍‌କାର୍ଡ’କୁ କୋଡ୍‌ ଓ୍ଵାଡ୍‌ ଭାବେ ବ୍ୟବହାର କରି ଏହି ବେପାର କରୁଥିଲେ। ଅଭିଯୁକ୍ତମାନେ ବେଆଇନ୍‌ ଭାବେ ଏହି କାରବାର କରୁଥିଲେ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇ ନଥିଲା। ମଙ୍ଗଳବାର ‘କନକ ନ୍ୟୁଜ୍‌’ରେ ଏ ସଂପର୍କରେ ଏକ ରିପୋର୍ଟ ପ୍ରସାରିତ ହେବା ପରେ ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଗୋଟିଏ ପୁଡ଼ିଆର ମୂଲ୍ୟ ୨ଶହ ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ପୁଲିସ କହିଛି। ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀ ପଡ଼ିଆ ବସ୍ତିରେ ବ୍ରାଉନ୍‌ସୁଗାର ବେପାର ପରେ ପୁରୁଣା ଭୁବନେଶ୍ୱରରେ ଏହା ବେଶ୍‌ ଜମିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ହେଁ ଏହାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe