ଏକ କୋଟିରୁ ଅଧିକ ମୂଲ୍ୟର ସୁନା ଅଣ୍ଟାରେ ବାନ୍ଧି ନେଇ ଟ୍ରେନରେ ଯାଉଥିବା ବେଳେ ଧରାପଡ଼ିଲେ ଦୁଇ ଚୋରାଚାଲାଣକାରୀ

Advertisment
ଏକ କୋଟିରୁ ଅଧିକ ମୂଲ୍ୟର ସୁନା ଅଣ୍ଟାରେ ବାନ୍ଧି ନେଇ ଟ୍ରେନରେ ଯାଉଥିବା ବେଳେ ଧରାପଡ଼ିଲେ ଦୁଇ ଚୋରାଚାଲାଣକାରୀ

ଚନ୍ଦୋଲି: ଟ୍ରେନରେ ଦୁଇଜଣ ଯାତ୍ରୀ ଅଣ୍ଟାରେ ଏକ କୋଟିରୁ ଅଧିକ ମୂଲ୍ୟର ଚୋରା ସୁନା ନେଇ ଯାଉଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଚନ୍ଦୋଲି ଜିଲ୍ଲାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରେଳବାଇ ଜଙ୍କସନଠାରୁ ରାଜସ୍ୱ ସୂଚନା ନିର୍ଦେଶାଳୟ ବାରାଣସୀ ଶାଖାର ଟିମ୍ ଉକ୍ତ ଦୁଇ ସୁନା ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଦୁଇ ସୁନା ଚାଲାଣକାରୀ ଉତ୍ତର-ପୂର୍ବାଞ୍ଚଳରୁ ସୁନା ନେଇ ଟ୍ରେନ ଯୋଗେ ଉତ୍ତର ପ୍ରଦେଶର କାନପୁରକୁ ଯାତ୍ରା କରୁଥିଲେ । ଏଦୁହିଁଙ୍କଠାରୁ ଜବତ କରାଯାଇଥିବା ସୁନାର ମୂଲ୍ୟ ପାଖାପାଖି ୧ କୋଟି ୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

publive-image image source-india rail info

ରାଜସ୍ୱ ସୂଚନା ନିର୍ଦେଶାଳୟ (ଡିଆରଆଇ)ର ବରିଷ୍ଠ ସୂଚନା ଅଧିକାରୀ ଆନନ୍ଦ ରାୟଙ୍କ କହିବା ଅନୁସାରେ ଗୁଇନ୍ଦା ଟିମକୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ଗୌହାଟୀଠାରୁ ନୂଆଦିଲ୍ଲୀ ଯାଉଥିବା ୧୨୫୦୫ ଅପ୍ ନର୍ଥ ଇଷ୍ଟ ଏକ୍ସପ୍ରେସର ଏ-୧ କୋଚରେ ଅତର୍କିତ ଭାବେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ୨ ଜଣଙ୍କଠାରୁ ପ୍ରାୟ ୩ କିଲୋ ସୁନା ଜବତ କରାଯାଇଥିଲା।

publive-image image source-navbharattimes

ଚାଲାଣକାରୀମାନେ ୧୭ ଖଣ୍ଡ ସୁନା ଅଣ୍ଟାରେ ଖୋସି ଯାଉଥିଲେ । ଉଭୟ ଅଭିଯୁକ୍ତ ଗିରଫ କରିଛି ପୁଲିସ୍। ତେବେ ସେ ଦୁହେଁ ଏତେ ପରିମାଣର ସୁନା କେଉଁଠାରୁ ଆଣିଲେ ଏବଂ କାହାକୁ ବିକ୍ରି କରିବାକୁ ଯାଉଥିଲେ ତାହା ଜଣାପଡ଼ିନାହିଁ। ଏହି ରାକେଟରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ତାକୁନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe