ବାଲେଶ୍ୱର: କୁଖ୍ୟାତ ବ୍ରାଉନ୍ ସୁଗାର ମାଫିଆ ସେକ୍ ରାଜାର ୨ ଜଣ ସହଯୋଗୀଙ୍କୁ ଏସ୍ଟିଏଫ୍ ଅତର୍କିତ ଭାବେ ଚଢ଼ାଉ କରି ବାଲେଶ୍ୱରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ନିବାସୀ ବାଇଧର ବେହେରାଙ୍କ ପୁଅ ବସନ୍ତ ବେହେରା (୩୦) ଓ ଟାଉନ୍ ଥାନା ଅନ୍ତର୍ଗତ ସୁନହଟ୍ ନିବାସୀ ସ୍ୱସ୍ତିକ କୁମାର ଦାସଙ୍କ ପୁଆ ନିଳାଦ୍ରୀ ଦାସ (୨୬)। ଦୁଇ ଅଭିଯୁକ୍ତଙ୍କ ଠାରୁ ଏସ୍ଟିଏଫ ୨ଟି ବୁଲେଟ ଏମ୍/ସି, ଏକ ୟାମାହା ସ୍କୁଟି, ତିନିଟି ମୋବାଇଲ ଓ କିଛି ପ୍ରମାଣପତ୍ର ଜବତ କରିଛି। ଏସ୍ଟିଏଫ ୨ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରିଥିବା ଜଣାପଡ଼ିଛି।
ଗତ ଜୁଲାଇ ୧୫ ତାରିଖରେ ବାଲେଶ୍ୱରରୁ ଖୋର୍ଦ୍ଧା ବ୍ରାଉନ୍ ସୁଗାର ଚାଲାଣ ବେଳେ ଏସ୍ଟିଏଫ୍ ଏକ କାର ସମେତ ୧୩୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଥିଲା। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ଅନ୍ତଃରାଜ୍ୟ ବ୍ରାଉନ ସୁଗାର ବ୍ୟବସାୟୀ ସେକ୍ ରାଜାର ନାମ ସାମ୍ନାକୁ ଆସିଥିଲା।
ଏସ୍ଟିଏଫ୍ ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୫ରେ କୁଖ୍ୟତ ସୁଗାର ମାଫିଆ ସେକ୍ ରାଜାକୁ ଗିରଫ କରିଥିଲା। ରାଜାକୁ ଜେରା କରିବା ସମୟରେ ଏସ୍ଟିଏଫ ଜାଣିବାକୁ ପାଇଥିଲା ଯେ, ରାଜା ଧଳା ଜହର ବ୍ୟବସାୟରୁ କୋଟିଏ ୬୮ ଲକ୍ଷ ଟଙ୍କା ରୋଜଗାର କରିଥିଲା। ସେହିଭଳି ରାଜା ହିଁ ନିଜର ସହଯୋଗୀ ବସନ୍ତ ଓ ନିଳାଦ୍ରୀର ନାମ ଏସ୍ଟିଏଫ୍କୁ କହିଥିଲା।
Follow Us