ଦୁଇ ଇଂଜିନିୟରିଂ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

Advertisment

କାମରେ ଆସୁନି ଡିଜିପିଙ୍କ ଆଡଭାଇଜରି

କାମରେ ଆସୁନି ଡିଜିପିଙ୍କ ଆଡଭାଇଜରି

ଦୁଇ ଇଂଜିନିୟରିଂ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ଭୁବନେଶ୍ୱର: ଆଉ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇ ପାରିବ ନାହିଁ। ଯେ କେହି ବି ଏଭଳି ଭିଡିଓକୁ ଭାଇରାଲ୍‌ କରିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଏକ ଆଡଭାଇଜରି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରରେଟ୍‌ ପୁଲିସର ଦୁଇ ଡିସିପିଙ୍କୁ ଜାରି କରିଥିଲେ। ଏଭଳି ଆଡ୍‌ଭାଇଜରି ସତ୍ତ୍ୱେ ଅଶ୍ଳୀଳ ଭିଡିଓ ଭାଇରାଲ ହେବା କମୁନି।

publive-image

ଏଭଳି ଘଟଣା ଘଟିଛି ରାଜଧାନୀର ଦୁଇଟି ଇଂଜିନିୟରିଂ କଲେଜରେ। ଦୁଇ ଜଣ ଛାତ୍ରୀଙ୍କର ଜଣେ ଯୁବକଙ୍କ ସହିତ କିଛି ଅନ୍ତରଙ୍ଗ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏବେ ଏହି ଭିଡିଓ ଗୋଟିଏ ମୋବାଇଲ୍‌ରୁ ଅନ୍ୟ ଏକ ମୋବାଇଲ ଫୋନ୍‌କୁ ଡେଇଁ ଡେଇଁ ଚାଲିଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବାରୁ ବେଳକୁ ବେଳ ତାହା ଭାଇରାଲ୍‌ ହୋଇ ଚାଲିଛି। ରାଜଧାନୀ ଉପକଣ୍ଠରେ ଏହି ଦୁଇ କଲେଜ ରହିଛି। ଏହି ଦୁଇ କଲେଜ ଛାତ୍ରୀଙ୍କ ଫଟୋ ଓ ସେମାନେ ଦୁଇ ଯୁବକଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ସମୟର ୩୫ ସେକେଣ୍ଡ ଓ ୩୧ ସେକେଣ୍ଡର ଭିଡିଓକୁ ନେଇ ଏବେ କଲେଜ କ୍ୟାମ୍ପସରେ ଚାପା ଗୁଞ୍ଜରଣ ଖେଳି ଯାଇଛି। କେଉଁ ପରିସ୍ଥିତିରେ ଓ କିଏ ଏଭଳି ଭିଡିଓକୁ ଭାଇରାଲ କଲା ତାକୁ ନେଇ ଏବେ ଚର୍ଚା ହେଉଛି। ଏ ନେଇ ଥାନାରେ ଅଭିଯୋଗ ହୋଇ ନ ଥିବାରୁ ପୁଲିସ ମଧ୍ୟ ଚୁପ୍‌ ବସିଛି। କ୍ରାଇମ୍‌ବ୍ରାଞ୍ଚର ସାଇବର ସେଲ୍‌ ମଧ୍ୟ ଏ ବାବଦରେ ମୁହଁ ଖୋଲୁନି। ଏ ସମ୍ପର୍କରେ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ଛାତ୍ରୀ ଦ୍ୱୟ ଥାନାରେ ଅଭିଯୋଗ କଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe