Photo by : nyoooz.com
ଭୁବନେଶ୍ୱର : ସରକାରୀ ଜମିରେ ଘର କରିବାକୁ ନେଇ ଦୁଇଟି ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷ ଆହତ ହୋଇଛନ୍ତି। ଏନେଇ ନୂଆପଲ୍ଲୀ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ନିର୍ମଳ ରାୟ ଓ ତାଙ୍କର ପରିବାର ୟୁନିଟ-୮ ନେହରୁ ବସ୍ତିରେ ୨୦୦୫ ମସିହାରୁ ରହି ଆସୁଛନ୍ତି। ନିର୍ମଳ ରାଜ୍ୟ ବାହାରେ କାମ କରନ୍ତି। ଏଠାରେ ତାଙ୍କ ପତ୍ନୀ ସୁରବାଲା ରାୟ, ମା’ ଯଶୋମତୀ ଓ ପୁଅ ଅନୁପ ରୁହନ୍ତି। ସୁରବାଲାଙ୍କ ଅଭିଯୋଗ ଅନୁଯାୟୀ, ୭ ତାରିଖରେ ପଡ଼ୋଶୀ ଭଗବାନ୍ ମହାରଣା ତାଙ୍କ ମା’ ଯଶୋମତୀଙ୍କୁ ମାଡ଼ ମାରିଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଭଗବାନ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଇନ୍ସପେକ୍ଟର ସଂଗ୍ରାମ ପଟ୍ଟନାୟକ କହିଛନ୍ତି, ଦୁଇଟି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us