ମୁସଲମାନ ବନ୍ଧୁଙ୍କୁ ଭେଟିବାରୁ ଦୁଇ ଯୁବତୀଙ୍କୁ ମାଡ଼

Advertisment
ମୁସଲମାନ ବନ୍ଧୁଙ୍କୁ ଭେଟିବାରୁ ଦୁଇ ଯୁବତୀଙ୍କୁ ମାଡ଼

Image Courtesy of Siasat

ମାଙ୍ଗାଲୁରୁ: ମୁସଲମାନ ଯୁବକଙ୍କ ସହ କଥାବାର୍ତ୍ତା କରିଥିବା ଦୁଇ ଜଣ କିଶୋରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଦକ୍ଷିଣପନ୍ଥୀ ହିନ୍ଦୁ ସଙ୍ଗଠନର ଦୁଇ ଜଣ କର୍ମୀଙ୍କୁ ମଙ୍ଗଳବାର ଦିନ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ମାଙ୍ଗାଲୁରୁ ପୁଲିସ କମିସନର୍‌ ଟି ଆର୍‌ ସୁରେଶ କହନ୍ତି: ପିଲିକୁଲା ଠାରେ ଦୁଇ ଜଣ ଛାତ୍ରୀଙ୍କୁ ଆକ୍ରମଣ କରିଥିବା କାରଣରୁ ଆମେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଦୁହେଁ ହିନ୍ଦୁ ସଙ୍ଗଠନ ବଜରଙ୍ଗ ଦଳର ବୋଲି ଦାବି କରିଛନ୍ତି।

ଧରା ୫୦୬, ୩୪୨ ଏବଂ ୩୫୫ ଆଧାରରେ ପୁଲିସ ଏଫ୍‌ଆଇଆର୍‌ ଦରଜ କରିଛି।

ଛାତ୍ରୀ ଦୁହେଁ ତାଲିପାଡ଼ିସ୍ଥିତ ପ୍ରିୟୁନିର୍ଭିଟି କଲେଜରେ ଅଧ୍ୟୟନ କରିନ୍ତି। ମୁସଲମାନ ବାଳକ ବନ୍ଧୁଙ୍କୁ ଭେଟିବାରୁ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସୁରେଶ କହିଛନ୍ତି।

ମଙ୍ଗଳବାର ଦିନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଭିଡିଓରେ ଦେଖା ଯାଉଛି, ୪ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଛାତ୍ରୀମାନଙ୍କୁ ଆକ୍ରମଣ କରୁଛନ୍ତି। ଜଣେ ପୁଲିସ ସେମାନଙ୍କୁ ଆକଟ କରୁଥିବାର ଦୃଶ୍ୟ ମଧ୍ୟ ସେଥିରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe