ରାଜଧାନୀରୁ ୨ ବନ୍ଧୁକ ବେପାରୀ ଗିରଫ

Advertisment

୨ ମାଉଜର, ଗୁଳି ଜବତ

୨ ମାଉଜର, ଗୁଳି ଜବତ

ରାଜଧାନୀରୁ ୨ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର : ଦୁଇଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ କମିସନରେଟ୍‌ ପୁଲିସର କୁଇକ୍‌ ଆକ୍ସନ ଟିମ୍‌ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ହାସନପୁରର ପରୀକ୍ଷିତ ପ୍ରଧାନ ଓ ମାଧିପୁରର ପ୍ରମୋଦ ମଙ୍ଗରାଜ। ଦୁହିଁଙ୍କ ନିକଟରୁ ପୁଲିସ ଦୁଇଟି ଅତ୍ୟାଧୁନିକ ୯ ଏମ୍‌ଏମ୍‌ ମାଉଜର୍‌ ଓ ୪ଟି ଅଫୁଟା ଗୁଳି ଜବତ କରିଛି। ଆଜି ଦୁହିଁଙ୍କୁ ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିଛି।

publive-imageକୁଇକ୍‌ ଆକ୍ସନ ଟିମ୍‌ ମୁଖ୍ୟ ଏସ୍‌ଆଇ ଦୀପକ ଲେଙ୍କାଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଦୁହେଁ ଗତ ୧୦ ବର୍ଷ ହେବ ଏଭଳି କାରବାର କରି ଆସୁଛନ୍ତି। ପୂର୍ବରୁ ପରୀକ୍ଷିତଙ୍କୁ ଶ୍ରୀଲିଙ୍ଗରାଜ ଥାନାର ପୂର୍ବତନ ଇନ୍ସପେକ୍ଟର ଆଲୋକ ଜେନା ଗିରଫ କରିବା ସହିତ ମାଉଜର ଜବତ କରିଥିଲେ। ଗତ କିଛି ମାସ ହେବ ଦୁହେଁ ପୁଣି ଥରେ ରାଜଧାନୀରେ ବନ୍ଧୁକ କାରବାର ଆରମ୍ଭ କରି ଦେଇଥିଲେ। ବିଶେଷକରି ପଟିଆ ଅଞ୍ଚଳରେ ଥିବା କେତେକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ଦୁହିଁଙ୍କଠାରୁ ବନ୍ଧୁକ କିଣୁଥିଲେ ବୋଲି ଏସ୍‌ଆଇ ଲେଙ୍କା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe