Image Courtesy of India Today
ରାମେଶ୍ୱରମ୍: କୁଆ ମାରି ତା’ର ମାଂସକୁ ଚିକେନ୍ ଷ୍ଟଲ୍ରେ ବିକ୍ରି କରିଥିବା ଅଭିଯୋଗରେ ତାମିଲନାଡୁ ବନ ବିଭାଗ ଅଧିକାରୀମାନେ ଗୁରୁବାର ଦିନ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ପାଖରୁ ପ୍ରାୟ ୧୫୦ଟି କୁଆ ଜବତ କରାଯାଇଛି।
ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ କୁଆମାନଙ୍କୁ ଅର୍ପଣ କରାଯାଉଥିବା ଭାତ ଖାଇବା ପରେ ସେମାନେ ମରିଯାଉଥିବା କଥା ରାମେଶ୍ୱରମ୍ ନଗରୀର ମନ୍ଦିରକୁ ଆସୁଥିବା ଯାତ୍ରୀମାନେ ଲକ୍ଷ୍ୟ କରିବା ପରେ ଏ କଥା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଯାତ୍ରୀମାନେ ବନ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ।
Image Source: DT Nextସେମାନେ ଘଟଣାର ତଦନ୍ତ କରି ଜାଣିବାକୁ ପାଇଲେ ଯେ ଶିକାରୀମାନେ ମଦ ଗୋଳାଇ ଦେଉଥିବା ଖାଦ୍ୟ ଖାଇବା ପରେ କୁଆମାନେ ମରିଯାଉଛନ୍ତି। ପରେ ପରେ ମୃତ କୁଆମାନଙ୍କୁ ସମ୍ପୃକ୍ତ ଶିକାରୀମାନେ ନେଇ ଚିକେନ୍ ଷ୍ଟଲ୍ରେ (କୁକୁଡ଼ାମାଂସ ଦୋକାନ) ବିକ୍ରି କରୁଛନ୍ତି।
ଚିକେନ୍ ଷ୍ଟଲ୍ ଲୋକେ କୁକୁଡ଼ା ମାଂସରେ କୁଆ ମାଂସ ମିଶାଇବା ପରେ ତାହାକୁ ରାସ୍ତାକଡ଼ ଭୋଜନାଳୟଗୁଡ଼ିକୁ ବିକ୍ରୟ କରୁଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
Follow Us