ରାସ୍ତାରେ ବାଇକ୍ ଚଳାଇ ଚଳାଇ ଗ‌ାଧୋଉଥିଲେ ଦୁଇ ଯୁବକ, ଭିଡିଓ ଭାଇରାଲ ପରେ ଜରିମାନା ଲଗାଇଲା ପୁଲିସ

ରାସ୍ତାରେ ବାଇକ୍ ଚଳାଇ ଚଳାଇ ଗ‌ାଧୋଉଥିଲେ ଦୁଇ ଯୁବକ, ଭିଡିଓ ଭାଇରାଲ ପରେ ଜରିମାନା ଲଗାଇଲା ପୁଲିସ

timesnownews.com

ନୂଆଦିଲ୍ଲୀ: ଭିଏତନାମରେ ଦୁଇ ଯୁବକ କରିଥିବା କାମ ଏବେ ସେମାନଙ୍କୁ ଭାରି ପଡ଼ିଛି। ମନୋରଞ୍ଜନ ପାଇଁ ଦୁହେଁ ଗାଡ଼ିରେ ପାଣି ବାଲଟୀ ରଖି କେଶକୁ ସଫା କରିବା ସହ ଗାଧୋଉଥିଲେ। ଏହି ସମୟରେ ଜଣେ ଯୁବକ ଗାଡ଼ି ଆଗରେ ବସି ଗାଡ଼ି ଚଳାଉଥିବା ବେଳେ ମଝିରେ ବାଲଟୀ ରଖାଯିବା ସହ ପ‌ଛରେ ଆଉ ଜଣେ ଯୁବକ ବସିଥିଲେ। ଏଭଳି କରି ଦୁହେଁ କିଛି ବାଟ ଗାଡ଼ି ଉପରେ ବସି ଗାଧୋଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଭିଏତନାମ ପୁଲିସ ସେମାନଙ୍କ ଚାଲଣ କାଟିଛି। ଟ୍ରାଫିକ ନିୟମର ଅବମାନନା କରିଥିବାରୁ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଥିବା ଜଣା ପଡ଼ିଛି।

ମିଳିଥିବା ସୂଚନାନୁସାରେ ଘଟଣାଟି ଘଟିଥିଲା ଭିଏତନାମର ଦାଉ ତିଏଙ୍ଗ ଜିଲ୍ଲାରେ। ଭାଇରାଲ ଭିଡିଓରେ ଦେଖାଯାଇଛି କି, ଦୁଇ ଯୁବକ ବିନା ସାର୍ଟରେ ଗାଡ଼ି ଉପରେ ବସିଥିବା ବେଳେ ମଝିରେ ପାଣି ବାଲଟୀ ରଖିଛନ୍ତି। ପଛରେ ବସିଥିବା ଯୁବକ ନିଜ ମୁଣ୍ଡରେ ସାମ୍ପୋ ଲଗାଉଥିବା ସହ ଆଗରେ ବସିଥିବା ଯୁବକଙ୍କ ମୁଣ୍ଡରେ ମଧ୍ୟ ସାମ୍ପୋ ଲଗାଉଛନ୍ତି। ଏହା ପରେ ମଝିରେ ଥିବା ପାଣି ବାଲଟୀରୁ ପାଣି ଆଣି ପଛରେ ବସିଥିବା ଯୁବକ ନିଜ ମୁଣ୍ଡରେ ଢ଼ାଳିବା ସହ ଆ‌ଗରେ ବସିଥିବା ଯୁବକଙ୍କ ମୁଣ୍ଡରେ ଢ଼ାଳୁଛନ୍ତି।


My Mahanagar

ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ କଡ଼ା ସମାଲୋଚନା କରିଥିଲେ। ଟ୍ରାଫିକ ପୁଲିସ ନଜରକୁ ଏହି ଭିଡିଓ ଆସିବା ପରେ ପୁଲିସ ଦୁହିଁଙ୍କୁ ଡ଼କାଇ ପଚରାଉଚରା କରିବା ସହ ୫,୫୦୦ଟଙ୍କା ଜରିମାନା ଲଗାଇଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe