ସମୁଦ୍ର କୂଳରେ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଦୁଇ ଦୁର୍ବୃତ୍ତ କଲେ ଦୁଷ୍କର୍ମ

Advertisment
ସମୁଦ୍ର କୂଳରେ ପ୍ରେମିକ ସାମ୍ନାରେ ପ୍ରେମିକାକୁ ଦୁଇ ଦୁର୍ବୃତ୍ତ କଲେ ଦୁଷ୍କର୍ମ

ମଛିଲିପଟ୍ଟନମ୍‌: ଏକ ଲଜ୍ଜାଜନକ ଘଟଣାରେ, ଆନ୍ଧ୍ରପ୍ରଦେଶ କୃଷ୍ଣା ଜିଲ୍ଲାର ମଛିଲିପଟ୍ଟନମର ସମୁଦ୍ର କୂଳରେ ଜଣେ ଝିଅକୁ ଦୁଇ ଜଣ ଦୁର୍ବୃତ୍ତ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଛନ୍ତି। ଝିଅଟି ତା’ର ପ୍ରେମିକ ସହ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ବେଳେ ଦୁଇ ଅଭିଯୁକ୍ତ ଦୁର୍ବୃତ୍ତ ପ୍ରେମିକ ଜଣକୁ ଏକ ଗଛରେ ବନ୍ଧି ଦେବା ପରେ ପ୍ରେମିକ ସାମ୍ନାରେ ଝିଅଟିକୁ ଯୌନ ନିର୍ଯାତନା ଦେଇ ଦୁଷ୍କର୍ମ କରିଥିଲେ।

ଗୁଣ୍ଟୁରରେ ଥିବା ଆନ୍ଧ୍ରପ୍ରଦେଶ ପୁଲିସ ମୁଖ୍ୟାଳୟ ଠାରୁ ୭୫ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ପୁଲିସ୍‌ ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ମଛଲିପଟ୍ଟନମର ବନ୍ଦର ମଣ୍ଡଳର ପାଲିପାଲେମ ବେଳାଭୂମିକୁ ବୁଲିବାକୁ ଯାଇଥିବା ବେଳେ ଏହି ପ୍ରେମିକ ପ୍ରେମିକାଙ୍କୁ ପ୍ରଥମେ ଦୁଇ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତମାନେ ପୁରୁଷ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେବା ସହ ତାଙ୍କ ଆଖି ସାମନାରେ ଝିଅକୁ ଯୌନ ନିର୍ଯାତନା ଦେଇ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ବନ୍ଦର ପୁଲିସ ଷ୍ଟେସନ କର୍ତ୍ତୃପକ୍ଷ ଘଟଣା ସଂପର୍କରେ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛନ୍ତି।

ଝିଅକୁ ଯୌନ ନିର୍ଯାତନା ଦେଇଥିବା ଜଣେ ଦୁର୍ବୃତ୍ତକୁ ପୁଲିସ ଧରିଥିବା ଜାଣିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ପୁଲିସ ପି ନାଗାବାବୁ ନାମକ ଜଣେ ଦୁର୍ବୃତ୍ତକୁୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଏରରାମସେଟି ଅନୁଦୀପ ବୋଲି ଜଣାପଡିଛି। ଦ୍ୱିତୀୟ ଅଭିଯୁକ୍ତ ଜଣକ ଫେରାର ଥିବାରୁ ତାକୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଅଭିଯାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe