ଚନ୍ଦ୍ରଶେଖରପୁର: ମିଜୋରାମ୍ର ଦୁଇ ଲୁଟେରା ଡ଼ମଣାସ୍ଥିତ ଏକ ଚାରି ଚକିଆ ଗାଡ଼ି ଗ୍ୟାରେଜ୍ରୁ ମୂଲ୍ୟବାନ ଲକର୍ ଚାବି ଲୁଟକରି ଫେରାର୍ ହୋଇଯାଇଥିବା ବେଳେ ଆଜି ସେମାନଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ କୌଶଳକରି ଗିରଫ କରିଛି। ଦୁଇ ଜଣଙ୍କ ଠାରୁ ଲୁଟ୍ ଜିନିଷ ଜବତ କରାଯିବା ସହ ପୁଲିସ୍ ସେମାନଙ୍କୁ କୋର୍ଟ ଚାଲଣ କରିଛି। ଘଟଣା ଅନୁଯାୟୀ ରବିବାର ଦିନ ବିଳମ୍ବିତ ରାତିରେ ଜୋଏଲ୍ ଜୋରେମାସିମା (୨୩) ଓ ବେଞ୍ଜୁଆମିନ୍ ଲମାଲସ୍ୱାମା (୨୩) ନାମକ ଦୁଇ ମିଜୋରାମ୍ର ଲୁଟେରା ବିପ୍ର ପ୍ରଧାନ ନାମକ ଜଣେ ଯୁବକଙ୍କ କାର୍ ଗ୍ୟାରେଜ୍ ଭିତରେ ପଶି ତାଙ୍କ ଲକ୍କୁ ଭାଙ୍ଗି ସେଠାରେ ରଖାଯାଇଥିବା ୩ଟି ମୂଲ୍ୟବାନ୍ କାର୍ ଲକ୍ ନେଇ ପଳାଇଥିଲେ। ଯାହାର ମୂଲ୍ୟ ପ୍ରାୟ ୭୫ହହାର ଟଙ୍କା ହେବ। ତେବେ ନିକଟରେ ଥିବା ସିସି ଟିଭି ଫୁଟେଜ୍ରେ ସେମାନଙ୍କ ଛବି ସୁଟିଂ ହୋଇ ରହିଥିବାରୁ ପୁଲିସ୍ ସେମାନଙ୍କୁ କାବୁକରିବା ନେଇ ସ୍ଥାନୀୟ ଅଞ୍ଚଳରେ ନଜର ରଖିଥିଲା। ଆଜି ସେମାନେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ପୁଲିସ୍ ସେମାନଙ୍କୁ କାବୁକରି ଧରିଥିଲା। ସେମାନଙ୍କୁ ଜେରାରୁ ଜଣାପଡ଼ିଛି ସେମାନେ ତାଙ୍କ ରାଜ୍ୟରେ ଏପରି ଲୁଟ୍ କରୁଥିଲେ। ଭୁବନେଶ୍ୱର ଆସି ଏକ ବସ୍ତିରେ ରହି ସେମାନେ ବର୍ତ୍ତମାନ ଏଠାରେ ଲୁଟ୍କରିବା ଆରମ୍ଭକରୁଥିଲେ।
୨ ମିଜୋରାମ୍ ଲୁଟେରା ଡମଣାରୁ ଗିରଫ
Advertisment
Follow Us