ହରିୟାଣା ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

ହରିୟାଣା ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

Crisps News

ଚଣ୍ଡିଗଡ଼ : ହରିୟାଣାର ଏକ ଆଶ୍ରମରେ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ବାମୀ ଲକ୍ଷ୍ୟାନନ୍ଦ ବାବାଙ୍କ ବିରୋଧରେ ଏନେଇ ହରିୟାଣା ପୁଲିସ ଦ୍ବାରା ଏକ ମାମଲା ରୁଜୁ କରାଯାଇଛି। ସ୍ବାମୀ ଲକ୍ଷ୍ୟାନନ୍ଦ ହରିୟାଣାର ପଞ୍ଚକୁଳା ଜିଲ୍ଲା ଅଧୀନସ୍ଥ ରାୟପୁର ରାଣୀ ଅଞ୍ଚଳର ଛୋଟା ତ୍ରିଲୋକପୁରରେ ଏକ ଆଶ୍ରମ ପରିଚାଳନା କରୁଥିଲେ। ତେବେ ଏହି ଆଶ୍ରମରେ ଦୁଇ ଜଣ ନାବାଳିକାଙ୍କୁ ଲଗାତାର ୩ ଦିନ ଧରି ଦୁଷ୍କର୍ମ କରାଯାଇଛି ଏବଂ ଅଭିଯୁକ୍ତ ବାବା ଲକ୍ଷ୍ୟାନନ୍ଦ ଏବେ ଫେରାର୍‌ ଅଛନ୍ତି। ଦୁଇ ନାବାଳିକାଙ୍କ ଅଭିଯୋଗ ଆଧାରରେ ବାବା ଲକ୍ଷ୍ୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ୨ ପୀଡ଼ିତା ନାବାଳିକାଙ୍କ ଘର ହିମାଚଳ ପ୍ରଦେଶ ସୋଲାନ୍‌ ଜିଲ୍ଲାରେ ‌ବୋଲି ଜଣାପଡ଼ିଛି। ପୁଲିସ ଫେରାର୍‌ ସ୍ବାମୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe