Bank Loot: ବଡ଼ବିଲରେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ଡକାୟତି ଘଟଣା: ଆଉ ୨ ଡକାୟତ ଗିରଫ

Advertisment

ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଆଉ ୨ ଡକାୟତଙ୍କୁ ଗିରଫ କରିଛି। ବଡ଼ବିଲ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିହାରର ରାଜଧାନୀ ପାଟଣା ଅଞ୍ଚଳରୁ ତାଙ୍କୁ ଗିରଫ କରି ଆଣିଥିବା‌ ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି।

ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଆଉ ୨ ଡକାୟତଙ୍କୁ ଗିରଫ କରିଛି। ବଡ଼ବିଲ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିହାରର ରାଜଧାନୀ ପାଟଣା ଅଞ୍ଚଳରୁ ତାଙ୍କୁ ଗିରଫ କରି ଆଣିଥିବା‌ ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି।

bank loot.jpg

ବଡ଼ବିଲ: ଗତ ଜାନୁଆରି ୧୯ ତାରିଖରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଆଉ ୨ ଡକାୟତଙ୍କୁ ଗିରଫ କରିଛି। ବଡ଼ବିଲ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିହାରର ରାଜଧାନୀ ପାଟଣା ଅଞ୍ଚଳରୁ ତାଙ୍କୁ ଗିରଫ କରି ଆଣିଥିବା‌ ନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଗିରଫ ୨ ଅଭିଯୁକ୍ତ ହେଲେ ବିହାରର ବନାରସ ଜିଲ୍ଲା, ଭଗବାନପୁର ଥାନା, ଆସୋଈ ଗ୍ରାମର ସନ୍ତୋଷ କୁମାର ପାଶୱାନ (୩୮) ଓ ପାଟଣା ଜିଲ୍ଲା ରାମକୃଷ୍ଣପୁର ନଗର ଭୂପତିପୁର ଗ୍ରାମର ନବୀନ କୁମାର ଯାଦବ। ସେମାନଙ୍କ ନିକଟରୁ ଚୋରି ହୋଇଥିବା ଗୋଟିଏ ସୁନାହାର , ଗୋଟିଏ ସୁନାମୁଦି, ୨ ଟି ସ୍ମାର୍ଟ ଫୋନ ଜବତ୍ ହୋଇଥିବା ଜଣାଯାଇଛି।

ସନ୍ତୋଷ ନାମରେ ବିହାରର ବିଭିନ୍ନ ଥାନାରେ ଚୋରି, ଲୁଟ, ହତ୍ୟା, ଅପହରଣ ପରି ୮ ଟି ସଂଗୀନ ମାମଲା ରହିଥିବା ବେଳେ ନବୀନ ନାମରେ ୨ ଟି ଅପରାଧିକ ମାମଲା ରହିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ବଡ଼ବିଲ ବାଟା ଛକ ଠାରୁ ବଙ୍ଗଳା ଛକ ପର୍ଯ୍ୟନ୍ତ ସିନ୍ ରିକ୍ରେସନ କରି, ଚଲାଇବା ପରେ କୋର୍ଟ ଚାଲାଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Trade: କପାଚାଷୀ ଓ ବୟନ ଶିଳ୍ପ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ସମାଲୋଚନା

ଏହି ଲୁଟ ଘରଣାରେ ଗତ ଜାନୁଆରି ୨୪ ତାରିଖ ତାରିଖରେ ଝାଡ଼ଖଣ୍ଡର ଧlନବାଦରୁ କୁନାଲ ରାଜ ବର୍ମା ଓ ରାଜ କୁମାର ସିଂକୁ ଓଡ଼ିଶା ଓ ଝାଡ଼ଖଣ୍ଡ ପୁଲିସର ମିଳିତ ସହଯୋଗରେ ଗିରଫ କରାଯାଇଥିଲା। ଏଥି ସହିତ ସେମାନଙ୍କ ନିକଟରୁ ୨୮୦ ଗ୍ରାମ ଓଜନର ସୁନା, ୨ ଟି ସ୍କୋର୍ପିଓ ଗାଡି, ୪ଟି ସ୍ମାର୍ଟ ଫୋନ ଜବଦ ହୋଇଥିଲା। ସେହିପରି ୨୭ ତାରିଖରେ ବ୍ୟାଙ୍କ ଲୁଟ୍‌ ଘଟଣାର ମୁଖ୍ୟ ସହଯୋଗୀ ଅଭିରଞ୍ଜନ କୁମାରକୁ ଗିରଫ କରାଯିବା ସହିତ ଏକ ପଲସର୍ ବାଇକ ଜବଦ କରିଥିଲା ପୁଲିସ। ଫେବ୍ରୁଆରି ୧ ତାରିଖରେ ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ସିପୁ କୁମାରକୁ ଟାଙ୍କୁରା ଜଙ୍ଗଲରେ ପୁଲିସ ଏନକାଉଣ୍ଟର କରି କାବୁ କରିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe