ଦୁଇ ନାବାଳକ ଗିରଫ, ବାଇକ ଓ ୨ ମୋବାଇଲ୍‌ ଜବତ

Advertisment
ଦୁଇ ନାବାଳକ ଗିରଫ, ବାଇକ ଓ ୨ ମୋବାଇଲ୍‌ ଜବତ

ଭୁବନେଶ୍ୱର: ମୋବାଇଲ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ଜଣ ନାବାଳକଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍‌ ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଗିରଫ ପରେ ଉଭୟଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।ପୁଲିସ ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ବିଶ୍ୱଜିତ୍‌ ଜେନା ନାମକ ଜଣେ ଯୁବକ ଆଚାର୍ଯ୍ୟ ବିହାରରୁ ପଟିଆ ସ୍ଥିତ ଘରକୁ ଫେରୁଥିଲେ। ସେ ଆଇଏମ୍‌ଏମ୍‌ଟି ଗେଟ୍‌ ନିକଟରେ ଯାଉଥିବା ସମୟରେ ନାବାଳକ ଦ୍ୱୟ ତାଙ୍କୁ ଅଟକାଇ ମାଡ଼ମାରିବା ସହ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏନେଇ ବିଶ୍ୱଜିତ୍‌ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଉଭୟଙ୍କୁ ବିଶ୍ୱେଶ୍ୱର ବସ୍ତିରୁ ଗିରଫ ପରେ ଆଜି ବାଳସୁଧାର ଗୃହକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe