୨ବର୍ଷର ଶିଶୁକୁ କାରରେ ଲକ କରି ଭୁଲିଗଲେ ମହିଳା, ୭ଘଣ୍ଟା ପରେ ଫେରିଲା ବେଳକୁ ଏପରି ଅବସ୍ଥା ହୋଇଥିଲା

Advertisment
୨ବର୍ଷର ଶିଶୁକୁ କାରରେ ଲକ କରି ଭୁଲିଗଲେ ମହିଳା, ୭ଘଣ୍ଟା ପରେ ଫେରିଲା ବେଳକୁ ଏପରି ଅବସ୍ଥା ହୋଇଥିଲା

HuffPost

ଫ୍ଲୋରିଡା: ସାଧାରଣତଃ କାର ଭିତରେ ଭୁଲରେ ଜିନିଷ ଛାଡ଼ି ଅନେକଲୋକ ଚାଲି ଯାଇଥାଆନ୍ତି। କିନ୍ତୁ କାର ଭିତରେ ଶିଶୁକୁ ଛାଡ଼ି ଭୁଲିଯିବା କ’ଣ କେବେ ଶୁଣିଛନ୍ତି।

ଏମିତି ଏକ ଦୁଃଖଦାୟକ ଘଟଣା ଫ୍ଲୋରିଡାରେ ଘଟିଛି। ଏଠାରେ ଜଣେ ମହିଳା ନିଜ କାର୍ ଭିତରେ କୁନି ଝିଅକୁ ଲକ୍ କରି ଭୁଲି ଯାଇଥିଲେ। ୭ ଘଣ୍ଟା ପରେ ଯେତେବେଳେ ମନେ ପଡ଼ିଲା, ସେ କୁନିଝିଅକୁ ବାହାର କରିବାକୁ ଗଲା ବେଳକୁ ତାର ମୃତ୍ୟୁ ହୋଇ ଯାଇଥିଲା।

ସୂଚନାଯୋଗ୍ୟ, ମୃତ ଶିଶୁଟିର ବୟସ ମାତ୍ର ୨ ବର୍ଷ। ତାଙ୍କର ଯତ୍ନ ନେଉଥିଲେ ୪୩ ବର୍ଷୀୟ ଜୁଆନା ପେରେଜ୍-ଡୋମିଙ୍ଗୋ। ସେ ଶିଶୁକୁ ପ୍ଲେ ସ୍କୁଲରୁ ଘରକୁ ନେଇ ଫେରୁଥିଲେ। ତେବେ ଜୁଆନା ପିଲାଟିକୁ କାର୍‌ରୁ ବାହାର କରିବାକୁ ଭୁଲି ଯାଇଥିଲେ।
୭ ଘଣ୍ଟା ପରେ ମନେ ପଡ଼ିବା ପରେ ଜୁଆନା ଶିଶୁଟିକୁ କାର୍ ଭିତରୁ ଆଣିବାକୁ ଗଲାବେଳକୁ ଶିଶୁଟିର ଶରୀର ସମ୍ପୂର୍ଣ୍ଣ ଭାବେ ସିଝି ଯାଇଥିବା ବେଳେ ମୃତ ବି ହୋଇସାରିଥିଲା।

ଏହି ଘଟଣାରେ ପୁଲିସ୍ ମହିଳା ଜୁଆନା ପେରେଜ୍-ଡୋମିଙ୍ଗୋଙ୍କୁ ଗିରଫ କରିଛି। ଯାହା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କ ଉପରେ ଅବହେଳା କାରଣରୁ ୫୦ହଜାର ଡଲାରର ଜୋରିମାନା ଲଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe