ଥଟ୍ଟାରେ ନିଜ ଭାବିପତ୍ନୀଙ୍କୁ ଏହି ଶବ୍ଦ ଲେଖି ପଠାଇବା ପରେ ଭାବିସ୍ୱାମୀଙ୍କୁ ୬୦ଦିନ ଜେଲ ଦେଣ୍ଡ ମିଳିବା ସହ ଦେବାକୁ ପଡ଼ିଲା ୪ଲକ୍ଷ ଟଙ୍କା ଜରିମାନା

Advertisment
ଥଟ୍ଟାରେ ନିଜ ଭାବିପତ୍ନୀଙ୍କୁ ଏହି ଶବ୍ଦ ଲେଖି ପଠାଇବା ପରେ ଭାବିସ୍ୱାମୀଙ୍କୁ ୬୦ଦିନ ଜେଲ ଦେଣ୍ଡ ମିଳିବା ସହ ଦେବାକୁ ପଡ଼ିଲା ୪ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ : ୟୁଏଇର ଆବୁଧାବିରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଭାବିସ୍ୱାମୀଙ୍କ ସାମାନ୍ୟ ଭୁଲ ପାଇଁ ଭାବିପତ୍ନୀ ପୁଲିସରେ ଅଭିଯୋଗ କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିଯୋଗ ପରେ ଅଦାଲତ ଭାବିସ୍ୱାମୀକୁ ୬୦ଦିନ ଜେଲଦଣ୍ଡ ଶୁଣାଇବା ସହ ୪ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଦୁହେଁ ପରସ୍ପର ସହ ହ୍ଵାଟ୍‌ସଆପ୍‌ ଜରିଆରେ ଚାଟିଂ କରୁଥିଲେ । ଏହି ସମୟରେ ଭାବିସ୍ୱାମୀ ନିଜ ଭାବିପତ୍ନୀଙ୍କୁ ମୁର୍ଖ ବୋଲି ଥଟ୍ଟାରେ ଲେଖି ପଠାଇଥିଲେ । ଭାବିସ୍ୱାମୀଙ୍କୁ ଏଭଳି ଶବ୍ଦ ତାଙ୍କୁ କହୁଥିବା ଦେଖି ମହିଳାଜଣଙ୍କ ରାଗିଯିବା ସହ ପୁଲିସ ଆଗରେ ଏହାର ଅଭିଯୋଗ କରିଥିଲେ । ଯଦି କେହି ସୋସିଆଲ ମିଡ଼ିଆ ଜରିଆରେ ଅପଶବ୍ଦର ବ୍ୟବହାର କରେ ତାହା ସାଇବର କ୍ରାଇମ୍‌ ଅଧିନରେ ଆସୁଥିବାରୁ ମହିଳା କରିଥିବା ଅଭିଯୋଗ ସାଇବର କ୍ରାଇମ ଅଧିନରେ ଆସିବା ସହ ଏହାକୁ ଗମ୍ଭୀରତାର ସହ ନିଆ ଯାଇଥିଲା ।

publive-image Indiatimes.com

ଏହି ଘଟଣା ପରେ ଭାବିସ୍ୱାମୀଙ୍କୁ ୬୦ଦିନ ଜେଲ ଏବଂ ୪ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ପକ୍ଷରୁ କୁହାଯାଇଥିଲା । ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଜଣେ ବ୍ରିଟିଶ ଯୁବକ ଦୁବାଇର ଜଣେ କାର୍‌ ଡ଼ିଲରଙ୍କୁ ରାଗିବାର ଇମୋଜି ପଠାଇ ଜେଲ ଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe