ଦାଢ଼ି ନକାଟିବାରୁ ନିଲମ୍ବିତ ହେଲେ ସବଇନ୍ସପେକ୍ଟର; ତିନିଥର ଦିଆଯାଇଥିଲା ଚେତାବନୀ

Advertisment
ଦାଢ଼ି ନକାଟିବାରୁ ନିଲମ୍ବିତ ହେଲେ ସବଇନ୍ସପେକ୍ଟର; ତିନିଥର ଦିଆଯାଇଥିଲା ଚେତାବନୀ

ବାଗପତ: ଉତ୍ତର ପ୍ରଦେଶ ବାଗପତ ରାମାଲା ଥାନାରେ ନିୟୋଜିତ ଥିବା ଜ‌ଣେ ସବଇନ୍ସପେକ୍ଟରଙ୍କୁ ଦାଢ଼ି ନକାଟିବାରୁ ପୁଲିସ ଅଧୀକ୍ଷକ ତାଙ୍କୁ ନିଲମ୍ବିତ କରିଛନ୍ତି। ତେବେ ନିଲମ୍ବିତ କରିବା ପୂର୍ବରୁ ତାଙ୍କୁ ତିନିଥର ଏନେଇ ଚେତାବନୀ ଦିଆଯାଇଥିଲା। ଏହା ସତ୍ତ୍ବେ ବି ସେ ଦାଢ଼ି ରଖିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା କୁହାଯାଉଛି। ନିଲମ୍ବିତ ହୋଇଥିବା ସବଇନ୍ସପେକ୍ଟରଙ୍କ ନାମ ଇନ୍ତସାର ଅଲି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ; ସହରନପୁର ବାସିନ୍ଦା ଇନ୍ତସାର ଅଲି ଉତ୍ତର ପ୍ରଦେଶ ପୁଲିସରେ ଏସଆଇ ପଦବୀରେ ନିଯୁକ୍ତ ହୋଇଛନ୍ତି। ଗତ ତିନି ବର୍ଷ ହେଲା ସେ ବାଗପତ ଜିଲ୍ଲାରେ ନିୟୋଜିତ ଅଛନ୍ତି। ଲକଡାଉନ ପୂର୍ବରୁ ତାଙ୍କୁ ରାମାଲା ଥାନାକୁ ସ୍ଥାନାନ୍ତର କରାଯାଇଥିଲା।

UP cop suspended over beard - news
ଏହି ଘଟଣାକୁ ନେଇ ଏସପି ଅଭିଷେକ ସିଂହ କହିଛନ୍ତି ଯେ, ଶିଖ ସମ୍ପ୍ରଦାୟର ପୁଲିସ କର୍ମଚାରୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଦାଢ଼ି ରଖିବାର ଅନୁମତି ନାହିଁ। ଯଦି କେହି ରଖିବାକୁ ଚାହିଁବେ ତାହେଲେ ତାଙ୍କୁ ପ୍ରଶାସନର ଅନୁମତି ନେବାକୁ ପଡିଥାଏ। କିନ୍ତୁ ଇନ୍ତସାର ଅଲି ବିନା ଅନୁମତିରେ ଦାଢ଼ି ରଖିଥିଲେ।
ଏପଟେ ସବଇନ୍ସପେକ୍ଟର ଇନ୍ତସାର ଅଲି କହିଛନ୍ତି, ମୁଁ ଦାଢ଼ି କାଟି ପାରିବି ନାହିଁ। ତେଣୁ ଦାଢ଼ି ରଖିବା ପାଇଁ ଅନୁମତି ମାଗିଥିଲି। କିନ୍ତୁ ମୋର ଏହି ପ୍ରସଙ୍ଗ ଉପରେ କିଛି ବି ପ୍ରତିକ୍ରିୟା ମିଳି ନଥିଲା। ଶେଷରେ ମୋତେ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe