BBC
ଲଣ୍ଡନ: ଫେସବୁକ୍ରେ ନିଜର ପୂର୍ବତନ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଘୋଡୀ ବୋଲି କହିବା ମହିଳାଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ଦୁବାଇରେ ବ୍ରିଟିଶ ମହିଳାଙ୍କୁ ଗିରଫ କରି ନେଇଛି। ୫୫ବର୍ଷୀୟ ଲାଲେହ ଶାହରବେଶଙ୍କୁ ଏହି ମାମଲାରେ ୫୦ହଜାର ପାଉଣ୍ଡ ସହିତ ଜରିମାନା ହୋଇ ଏକବର୍ଷ ପାଇଁ ଜେଲ ହୋଇପାରେ।
ୟୁଏଇର ଆଇନ ଅନୁଯାୟୀ, ଫେସ୍ବୁକ୍ କିମ୍ବା ଅନ୍ୟ କୌଣସି ସୋସିଆଲ ମିଡିଆ ପ୍ଲେଟଫର୍ମରେ କାହାରି ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିବାକୁ ନେଇ ଜେଲ କିମ୍ବା ଜରିମାନା ହୋଇପାରେ।
.jagranଦୁବାଇର ଏକ କାର୍ଯ୍ୟକର୍ତ୍ତା ସମୂହ ଅନୁସାରେ, ଲାଲେହ ପାଖାପାଖି ୧୮ବର୍ଷ ପର୍ଯ୍ୟନ୍ତ ନିଜ ସ୍ୱାମୀ ସହିତ ଥିଲେ। ଏହି ସମୟରେ କିଛିଦିନ ସେ ୟୁଏଇରେ ରହିଥିଲେ। ପରେ ସେ ନିଜ ଝିଅକୁ ନେଇ ବ୍ରିଟେନ୍ ଚାଲି ଯାଇଥିଲେ। ପରେ ଦୁହିଁଙ୍କ ଛାଡପତ୍ର ହୋଇଯାଇଥିଲା। ଲାଲେହ ଯେତେବେଳେ ଫେସ୍ବୁକ୍ରେ ନିଜର ପୂର୍ବତନ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ଦେଖିଥିଲେ। ସେ ତାଙ୍କୁ ଫରାସୀରେ ଦୁଇଟି କମେଣ୍ଟ ଦେଇଥିଲେ । ଗୋଟିଏରେ ତୁମକୁ ନେଇ ଲାଜ ମାଡୁଛି ବୋଲି କହିଥିବା ବେଳେ ଅନ୍ୟଟିରେ ଏହି ଘୋଡୀ ପାଇଁ ମୋତେ ଛାଡ଼ି ଦେଇଥିବା ନେଇ ଦୁଇଟି କମେଣ୍ଟ କରିଥିଲେ।
Follow Us