ନିଶାଗ୍ରସ୍ତ ହୋଇ ଶୋଇ ପଡ଼ି‌ବା ଉବର ଚାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଲେ ମହିଳା, ପୁଲିସର ପଚରାଉଚରା ପରେ ସାମ୍ନାକୁ ଆସିଲା ଅସଲ ଘଟଣା

Advertisment
ନିଶାଗ୍ରସ୍ତ ହୋଇ ଶୋଇ ପଡ଼ି‌ବା ଉବର ଚାଳକ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଲେ ମହିଳା, ପୁଲିସର ପଚରାଉଚରା ପରେ ସାମ୍ନାକୁ ଆସିଲା ଅସଲ ଘଟଣା

aajtak.intoday.in

ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ପାର୍ଟି କରି ଉବର ଯୋଗେ ଘରକୁ ଫେରୁଥିଲେ ମହିଳା। ଏହି ସମୟରେ ଅଧିକ ନିଶା ହୋଇଯିବାରୁ ମହିଳାଜଣଙ୍କ ଗାଡ଼ି ଭିତରେ ଶୋଇ ପଡ଼ିଥିଲେ। ମହିଳାଙ୍କୁ ଶୋଇଯିବା ଦେଖି ଦୁଷ୍କର୍ମ ଭଳି ଅପରାଧ କରିଥିଲା ଚାଳକ। ରବିବାର ପୀଡ଼ିତା ଏଭଳି ଅଭିଯୋଗ ଆଣିବା ସହ ପୁଲିସରେ ଏତଲା ଦେଇଥିଲେ। ହେଲେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ଚାଳକ ପୁଲିସକୁ କିଛି ଭିନ୍ନ କଥା କହିଥିଲା। ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିଲି ସତ, ହେଲେ ଯାହା ବି ହୋଇଥିଲା ଦୁହିଁଙ୍କ ସହମତିରେ ହୋଇଥିଲା ବୋଲି ପୁଲିସକୁ କହିଥିଲା ଚାଳକ, ଯାହା ଏବେ ପୂରା ଘଟଣାକୁ ବଦଳାଇ ଦେଇଛି।

नशे में उबर कैब में सो गई महिला, जगी तो ड्राइवर कर रहा था रेप aajtak.intoday.in

ଘଟଣାଟି କାଲିଫର୍ଣ୍ଣିଆରେ ଫୋଣ୍ଟାନା ସହରରେ ଘଟିଛି। ପୁଲିସର କହିବା ମୁତାବକ, ପୀଡ଼ିତା ଶନିବାର ସାଙ୍ଗମାନଙ୍କ ସହ ପାର୍ଟି କରି ନିଜ ଘରକୁ ଉବର ଯୋଗେ ଫେରୁଥିଲେ। ଅଧିକ ମଦ ପିଇଥିବାରୁ କିଛି ବାଟ ଯିବା ପରେ ସେ ଶୋଇ ପଡ଼ିଥିଲେ। ଉଠିବା ବେଳକୁ ଚାଳକଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିବା ପରେ ଆମେ ଚାଳକକୁ ଗିରଫ କରିଥିଲୁ। ଚାଳକଜଣଙ୍କ ଶାରୀରିକ ସଂପର୍କ ରଖିବା କଥା ମାନିଥିବା ବେଳେ ଯାହା ବି ହୋଇଥିଲା ମହିଳାଙ୍କ ସହମତିରେ ହୋଇଥିଲା ବୋଲି କହିଥିଲେ। କିନ୍ତୁ ପୀଡ଼ିତା ଏହାକୁ ଦୁଷ୍କର୍ମ ବୋଲି କହି ଏତଲା ଦେବା ପରେ ଅଭିଯୁକ୍ତ ଚାଳକକୁ ଗିରଫ କରି ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe