Times of India
ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୃତଦେହକୁ ପୋତା ଯିବା ପାଇଁ କବର ଖୋଳା ଯାଉଥିବା ବେଳେ ହଠାତ୍ ବ୍ୟକ୍ତି ଜଣକ ଜିଇଁ ଉଠିଥିଲା। ଏବେ ଉକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପୁଣିଥରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଛି।
୨୦ବର୍ଷର ମହମ୍ମଦ ଫୁରକାନ୍ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ଜୁନ୍ ୨୧ରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଗତ ସୋମବାର ମହମ୍ମଦ ଫୁରକାନ୍ଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଏହାପରେ ଆମ୍ବୁଲାନ୍ସ ସାହଯ୍ୟରେ ମହମ୍ମଦ ଫୁରକାନ୍ଙ୍କ ମୃତଦେହକୁ ଘରକୁ ଅଣା ଯାଇଥିଲା। ମୃତଦେହକୁ ପୋତା ଯିବା ପାଇଁ କବର ଖୋଳା ଯାଇଥିଲା। ଏହି ସମୟରେ ହଠାତ ଜିଇଁ ଉଠିଥିଲେ ଫୁକରାନ୍।
ମହମ୍ମଦ ଫୁରକାନ୍ଙ୍କ ବଡ଼ ଭାଇ ମହମ୍ମଦ ଇରଫାନ୍ଙ୍କ କହିବାନୁସାରେ, ଭାଇର ମୃତଦେହକୁ ପୋତିବା ପାଇଁ କବର ଖୋଳା ଯାଉଥିଲା। ଏହି ସମୟରେ ତାର ଶରୀରର କିଛି ଅଙ୍ଗ ହଲଚଲ ହେବାକୁ ଲାଗିଥିଲା। ଏହାପରେ ଆମେ ସମୟ ବିଳମ୍ବ ନ କରି ତୁରନ୍ତ ଫୁରକାନ୍କୁ ରାମ ମନୋହର ଲୋହିୟା ହସ୍ପିଟାଲ୍ ନେଇ ଯାଇଥିଲୁ। ଏଠାରେ ଡାକ୍ତର ଭାଇର ଚିକିତ୍ସା ପରେ ଜୀବିତ ଥିବା କଥା କହିଥିଲେ। ଏବଂ ଚିକିତ୍ସା ଆବଶ୍ୟକ କହି ଭେଣ୍ଟିଲେଟରରେ ରଖିଥିଲେ।
ଏପଟେ ଇରଫାନ୍ କହନ୍ତି, ଭାଇକୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲୁ । ସେଠାରେ ତାର ଚିକିତ୍ସା ପାଇଁ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲୁ। ଏହା ପରେ ଚିକିତ୍ସା ପାଇଁ ଆଉ ଟଙ୍କା ନଥିବା କଥା ହସ୍ପିଟାଲ୍କୁ ଜଣାଇଥିଲୁ। ସେମାନେ ଗତ ସୋମବାର ଭାଇକୁ ମୃତ ବୋଲି ଘୋଷଣା କରି ଦେଇଥିଲେ।
/sambad/media/post_attachments/wp-content/uploads/2019/07/oprationtheater-1562063129.jpg)
ଏହି ଘଟଣା ସମ୍ବନ୍ଧରେ ମୁଖ୍ୟ ଚିକିତ୍ସା ଅଧିକାରୀ ନରେନ୍ଦ୍ର ଅଗ୍ରଓ୍ଵାଲ ପୂରା ଯାଞ୍ଚ କରୁଥିବା କଥା କହିଛନ୍ତି। ଫୁରକାନ୍ଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ ଫୁରକାନ୍ ଅବସ୍ଥା ଗମ୍ଭୀର ଅଛି, କିନ୍ତୁ ସେ ମୃତ ନୁହେଁ।
Follow Us