ପାଦ ମାଲିସ୍‌ କରିବାକୁ ଆସିଥିବା ହୋଟେଲ୍‌ କର୍ମଚାରୀ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ବିଦେଶୀ ମହିଳା

Advertisment
ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ

ଚଣ୍ଡିଗଡ଼: ଚଣ୍ଡିଗଡ଼ଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଇଂଲଣ୍ଡର ଜଣେ ପର୍ଯ୍ୟଟକ ଚଣ୍ଡିଗଡ଼ର ଏକ ହୋଟେଲ୍‌ ଭିତରେ ଶୁକ୍ରବାର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପର୍ଯ୍ୟଟକ ଜଣକ ଅଭିଯୋଗ ଆଣି କହିଛନ୍ତି କି ହୋଟେଲ୍‌ ଯେଉଁ କର୍ମଚାରୀ ତାଙ୍କ ପାଦ ମାଲିସ୍‌ କରିବା ପାଇଁ ଆସିଥିଲା ସେ ହିଁ ତାଙ୍କ ସହ ଦୁଷ୍କର୍ମ କରିଛି।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ ହୋଟେଲ୍‌ କର୍ମଚାରୀ ଜଣକ ସ୍ପା ରୁମ୍‌ ଭିତରେ ତାଙ୍କର ମାଲିସ୍‌ କରିବା ପାଇଁ ଆସିଥିଲେ। ସେଠାରେ ତାଙ୍କୁ ଏକାକିନୀ ପାଇଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ବାହାରକୁ ଆସି ନିଜ ବନ୍ଧୁଙ୍କୁ ଏ ସଂପର୍କରେ କହିଥିଲେ। ସେମାନେ ତା’ପରେ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ କେଉଁ ଆଡ଼ ପଳାଇ ଯାଇଛି।

ପୁଲିସ୍‌ ପୀଡ଼ିତା ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ୍‌କୁ ପଠାଇଛି। ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ପୁଲିସ୍‌ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ସିସିଟିଭ ଫୁଟେଜ୍‌ର ସହାୟତା ନେବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe