ଲକ୍‌ଡାଉନ୍‌: ବାର୍ନିସ ମିଶା ରଂଗ ପିଇ ୩ ମଦ୍ୟପଙ୍କ ଜୀବନ ଗଲା

Advertisment
ଲକ୍‌ଡାଉନ୍‌: ବାର୍ନିସ ମିଶା ରଂଗ ପିଇ ୩ ମଦ୍ୟପଙ୍କ ଜୀବନ ଗଲା

indiatoday

ଚେନ୍ନାଇ: କରୋନା ଭାଇରସ୍‌ ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ଘଟଣା ଅନେକଙ୍କୁ ଗଭୀର ଭାବେ ପ୍ରଭାବ ପକାଇଛି। ଲକ୍‌ଡାଉନ୍‌ ହେତୁ ମଦ ଦୋକାନଗୁଡ଼ିକ ବନ୍ଦ ଥିବା କାରଣରୁ ଅନେକ ମଦ୍ୟପ ବ୍ୟତିବ୍ୟସ୍ତ ହେଉଥିବାର ଉଦାହରଣ ଦେଖିବାକୁ ମିଳିଛି। ତାମିଲ୍‌ନାଡୁରେ ବି ଘଟିଛି ଅନୁରୂପ ଘଟଣା। ତ‌ାମିଲନାଡୁର ଚେଙ୍ଗାଲପାଟୁ ଅଞ୍ଚଳର ୩ ଜଣ ବ୍ୟକ୍ତିଙ୍କୁ ମଦ ନମିଳିବାରୁ ଘରେ ଦିଆଯାଉଥିବା ରଂଗ ଓ ବାର୍ନିସ ପିଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି।

ସେମାନେ ହେଉଛନ୍ତି ଶିବଶଙ୍କର, ପ୍ରଦୀପ ଏବଂ ଶିବରମଣ। ଜାଣିବାକୁ ମିଳିଛି ଯେ ଏମାନେ ସମସ୍ତେ ଜଣେ ଜଣେ ମଦ୍ୟପ। ସେମାନେ ଲକ୍‌ଡାଉନ୍‌ ପରଠାରୁ ମଦ ନ ପାଇବା କାରଣରୁ ନିଜ ଉପରୁ ଆୟତ୍ତ ହରାଇ ରଂଗରେ ମିଶା ଯାଇଥିବା ବାର୍ନିସକୁ ପିଇ ଦେଇଥିଲେ। ‌ତାହାକୁ ପିଇବା ପରେ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନେ ଅସୁସ୍ଥ ହେବା ପରେ  ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ସେଠାରେ ସେମାନେ ଜଣେ ପରେ ଜଣେ ବାନ୍ତି କରିଥିଲେ। କିଛି ସମୟ ମଧ୍ୟରେ ୩ ଜଣଙ୍କ ଦେହ ଥଣ୍ଡା ପଡ଼ିଯିବା ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ସାରା ଦେଶରେ ମାର୍ଚ ୨୫ ତାରିଖରୁ ନେଇ ଏପ୍ରିଲ୍‌ ୨୧ ପର୍ଯ୍ୟନ୍ତ ୨୧ଦିନିଆ  ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe