ଘନକୁହୁଡ଼ିର ସୁଯୋଗ ନେଇ ଲୁଧିଆନାର ଏକ ଦୋକାନରୁ ଏକ ଲକ୍ଷ ଟଙ୍କାର କପଡ଼ା ଚୋରି କଲେ ଚୋର ଦଳ

Advertisment
ଘନକୁହୁଡ଼ିର ସୁଯୋଗ ନେଇ ଲୁଧିଆନାର ଏକ ଦୋକାନରୁ ଏକ ଲକ୍ଷ ଟଙ୍କାର କପଡ଼ା ଚୋରି କଲେ ଚୋର ଦଳ

Photo Credit: Getty Images

ଲୁଧିଆନା: ଲୁଧିଆନାର ଖାନା ଅଞ୍ଚଳରେ ଏକ ଚୋର ଦଳ ମିଶି ଏକ ପୋଷାକ ଦୋକାନରୁ ପ୍ରାୟ ୧ ଲକ୍ଷ ଟଙ୍କାର କପଡ଼ା ଚୋରି କରିଥିବା ଅଭିଯୋଗ ‌ହୋଇଛି। ନିମ୍ନ ତାପମାତ୍ରା ଓ ଘନ କୁହୁଡ଼ିର ସୁଯୋଗ ନେଇ ଚୋରମାନେ ଚୋରି କରିଛନ୍ତି ବୋଲି ସୂଚନା ରହିିଛି। ଦୋକାନର ମାଲିକଙ୍କ ନାମ ଅଜୁର୍ନ। ତାଙ୍କ ଦୋକାନରୁ ଚୋରି ହୋଇଛି ବୋଲି ଅଜୁର୍ନ ଶନିବାର ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ରବିବାର ରାତି ପ୍ରାୟ ୮.୩୦ ବେଳେ ଅର୍ଜୁନ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରି ଆସିଥିଲେ। ପରଦିନ ସକାଳ ପ୍ରାୟ ୬.୩୦ରେ ଦୋକାନ ଖୋଲିବାକୁ ଆସି ଦେଖନ୍ତି ତ ତାଙ୍କ ଦୋକାନର ମୁଖ୍ୟ ତାଲା ଭଙ୍ଗାଯାଇଛି ଓ ଦୋକାନ ଭିତରେ କପଡ଼ା ଅସଜଡ଼ା ଅବସ୍ଥାରେ ପଡ଼ିଛି।

publive-image Times Now

ଅଜୁର୍ନ ଦେଖିବାକୁ ପାଇଲେ ଯେ ଦୋକାନର ସମସ୍ତ ଦାମୀ ପୋଷାକ ଚୋରି ହୋଇଯାଇଛି। ସେ ତତ୍‌କ୍ଷଣାତ ଦୋକାନ ବନ୍ଦ କରି ପୁଲିସ୍‌ରେ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି।

ସେହିପରିି ଗତ ଅକ୍ଟୋବରରେ ଆନ୍ଧପ୍ରଦେଶର ଚିତୋର ଜିଲ୍ଲାର ଏକ ଅଳଙ୍କାର ଦୋକାନରୁ କିଛି ଚୋର ଅଳଙ୍କାର ଚୋରି କରିଥିବା ଅଭିଯୋଗ ହୋଇଥିଲା। ତାମିଲ୍‌ନାଡୁର ଜଣେ ବ୍ୟକ୍ତି ଏହି ଚୋରି କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe