ଏହି ସାଇକୋ କିଲର ଥିଲା ୟୁନିଭର୍ସିଟି ଟପ୍ପର: ୨ଘଣ୍ଟାରେ କରିଥିଲା ୬ଜଣଙ୍କୁ ହତ୍ୟା

Advertisment
ଏହି ସାଇକୋ କିଲର ଥିଲା ୟୁନିଭର୍ସିଟି ଟପ୍ପର: ୨ଘଣ୍ଟାରେ କରିଥିଲା ୬ଜଣଙ୍କୁ ହତ୍ୟା

ପଲଓ୍ଵାଲା: ହରିଆଣାର ପଲଓ୍ଵାଲା ସହରରେ ଜଣେ ପୂର୍ବତନ ସେନା କର୍ମଚାରୀ ୨ ଘଣ୍ଟା ମଧ୍ୟରେ ଏକ ଲୁହା ରଡ୍‌ ସାହାଯ୍ୟରେ ୬ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ନରେଶ ଧାନଖଦ। ନରେଶ ବିଳମ୍ବିତ ରାତିରେ ଆଗ୍ରା ଛକରୁ କ୍ୟାମ୍ପ୍‌ କଲୋନିକୁ ଯାଉଥିବା ବେଳେ ପୁଲିସ୍‌ ଗିରଫ କରିଥିଲା।

publive-image

ଅଭିଯୁକ୍ତ ନରେଶର ଭାଇ ଚନ୍ଦ୍ରପାଲଙ୍କ କହିବାନୁସାରେ, ନରେଶ ହିସାର ୟୁନିଭର୍ସିଟିର ଟପ୍ପର ଥିଲା। ସେନାରେ ଥିବା ସମୟରେ ନରେଶ ମାନସିକସ୍ତରରେ ଦୁର୍ବଳ ଅଛି ବୋଲି କହିଥିଲେ। ସେଥିପାଇଁ ସେ ୨୦୦୩ ମସିହାରେ ଭାରତୀୟ ସେନାରୁ ଇଚ୍ଛାଧୀନ ଅବସର ନେଇଥିଲା। ନରେଶ ମାନସିକ ଦୁର୍ବଳରସ୍ତର ୬୦ ପ୍ରତିଶତ ଥିଲା। ସେନାରୁ ନରେଶକୁ ଔଷଧ ଦେଇ ପଠାଇ ଦିଆଯାଇଥିଲା। ନିୟମିତ ଔଷଧ ସେବନ କରିବା ପରେ ସେ ସୁସ୍ଥ ହୋଇଯାଇଥିଲେ। ଏହାପରେ ତାକୁ କୃଷି ବିଭାଗରେ ଚାକିରି ମିଳିଥିଲା। ଥରେ ସେ ଘରୁ ପଳାଇ ଯାଇଥିଲା ଏବଂ ତା’ର ଦୁର୍ଘଟଣା ଘଟି ମେରୁଦଣ୍ଡ ହାଡ ଓ ମୁଣ୍ଡରେ ଆଘାତ ଲାଗିଥିଲା। ଫଳରେ ତାର ମାନସିକସ୍ତର ଠିକ୍‌ ରହି ପାରି ନଥିଲ। ଅନ୍ୟପକ୍ଷରେ ପତ୍ନୀଙ୍କୁ ଛାଡି ରହିବା ତାର ସବୁଠାରୁ ବଡ଼ ଚିନ୍ତା ଥିଲା। ପାଖାପାଖି ୬ବର୍ଷ ହେବ ନରେଶର ପତ୍ନୀ ତା’ର ପାଖରୁ ଦୁରେଇ ଯାଇଛି। ସେ ପତ୍ନୀଙ୍କୁ ଆଣିବାକୁ ବହୁତ ଚେଷ୍ଟା କରିଥିଲେ ବି ପତ୍ନୀ ନରେଶ ପାଖକୁ ଆସିବାକୁ ରାଜି ହୋଇ ନଥିଲା।

publive-image

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ପ୍ରଥମେ ନରେଶ ଏକ ବେସରକାରୀ ହସ୍ପିଟାଲ୍‌ରେ ଥିବା ଜଣେ ଆଟେନ୍‌ଡାଣ୍ଟ୍‌କୁ ହତ୍ୟା କରିଥିବା ଖବର ମିଳିଥିଲା। ତାହା ଉକ୍ତ ହସ୍ପିଟାଲ୍‌ ସିସିଟିଭିରେ ଫୁଟେଜ୍ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେତେବେଳକୁ ରାତି ପ୍ରାୟ ୨.୩୦। ପୁଲିସ୍‌ ହସ୍ପିଟାଲ୍‌ ପ୍ରଥମ ଘଟଣାର ତଦନ୍ତ କରୁଥିବା ବେଳେ ଆଉ ଏକ ଆଟେନ୍‌ଡାଣ୍ଟ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା। ଏହି ପରି ଭାବେ ମାତ୍ର ୨ ଘଣ୍ଟା ମଧ୍ୟରେ ସେଠାରୁ ଜଣେ ପରେ ଜଣେ ୬ ଜଣଙ୍କର ହତ୍ୟା ହୋଇଥିଲା।

ନରେଶ ହେଉଛନ୍ତି ଭାରତୀୟ ସେନାର ପୂର୍ବତନ କର୍ମଚାରୀ। ଫରିଦାବାଦର ମାଛାର ଗ୍ରାମର ନରେଶ ୫ଜଣ ଭାଇଙ୍କ ମଧ୍ୟରେ ସବୁଠାରୁ ସାନ। ସେ ବର୍ତ୍ତମାନ ପଲଓ୍ଵାର ଓମାକ୍ସି ସିଟିରେ ରହୁଛନ୍ତି।

ତେବେ, ଏହି ହତ୍ୟା ପଛର ଉଦ୍ଦେଶ୍ୟ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ନରେଶ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଜାଣିବା ପାଇଁ ତାଙ୍କର ମାନସିକ ପରୀକ୍ଷା କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe