ଅନଲାଇନରେ ଖେଳ ଖେଳି ଋଣରେ ବୁଡ଼ିଯାଇଛନ୍ତି କନଷ୍ଟେବଳ

Advertisment

ଉନ୍ନାଓର ୧୧୨ କାର୍ଯ୍ୟାଳୟରେ ନିୟୋଜିତ ଥିବା କନଷ୍ଟେବଳ ଋଣ ଭାରରେ ବୁଡ଼ିଯାଇ ମାଗୁଛନ୍ତି ସାହାଯ୍ୟ। ସାହାଯ୍ୟ ନମିଳିଲେ ଜୀବନ ହାରିବେ ବୋଲି ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି ଧମକ।

ଉନ୍ନାଓର ୧୧୨ କାର୍ଯ୍ୟାଳୟରେ ନିୟୋଜିତ ଥିବା କନଷ୍ଟେବଳ ଋଣ ଭାରରେ ବୁଡ଼ିଯାଇ ମାଗୁଛନ୍ତି ସାହାଯ୍ୟ। ସାହାଯ୍ୟ ନମିଳିଲେ ଜୀବନ ହାରିବେ ବୋଲି ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି ଧମକ।

ନୂଆଦିଲ୍ଲୀ: ଉନ୍ନାଓର ୧୧୨ କାର୍ଯ୍ୟାଳୟରେ ନିୟୋଜିତ ହୋଇଥିବା ଜଣେ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଜୀବନ ହାରିବାର ଧମକ ଦେଉଥିବା ବେଳେ ସାହାଯ୍ୟ ମାଗିଛନ୍ତି। 

କନଷ୍ଟେବଳ ଜୀବନ ହାରିବାର ଧମକ ଦେଇ କହିଛନ୍ତି, ‘ ମୁଁ ବିଭିନ୍ନ ମାଧ୍ୟମରୁ ଋଣ ନେବା ନେଇ ଅନଲାଇନ୍ ଗେମିଂରେ ମୋଟ ୧୫ ଲକ୍ଷ ଟଙ୍କା ହରାଇ ଦେଇଛନ୍ତି। ଏହି ଋଣ ଭାରରୁ ମୁଁ କେମିତି ମୁକୁଳିବି ଜାଣି ପାରୁ ନାହିଁ। ମୋ ପାଖରେ କୌଣସି ବିକଳ୍ପ ବି ନାହିଁ। ଘରର ଆର୍ଥିକସ୍ଥିତି ବି ଦୁର୍ବଳ। ସହାୟତା ପାଇଁ ଏସପିଙ୍କୁ ନିବେଦନ କରି କହିଛି କି ସମସ୍ତ କନଷ୍ଟେବଳଙ୍କ ଦରମାରୁ ୫୦୦-୫୦୦ଟଙ୍କା କଟା ଯାଇ ଉକ୍ତ ଟଙ୍କାକୁ ତାଙ୍କ ଆକାଉଣ୍ଟକୁ ପଠାଯାଉ। ଏହା ମୋତେ କିଛି ପରିମାଣରେ ସାହାଯ୍ୟ କରି ପାରିବ। ମୋତେ ସାହାଯ୍ୟ ନକଲେ ମୁଁ ଜୀବନ ହାରିବା ପାଇଁ ବାଧ୍ୟ ହେବି। ଅନଲାଇନ ଗେମିଂ ନିଶା ମୋ ଜୀବନକୁ ନଷ୍ଟ କରି ଦେଇଛି। ମୋତେ ଭିକାରି ସଜେଇ ଦେଇଛି।

ଏହି ଘଟଣାକୁ ଗମ୍ଭୀରତା ସହ ନେଇ ପୁଲିସ ପ୍ରଶାସନ କନଷ୍ଟେବଳଙ୍କ ମାନସିକ ଅବସ୍ଥା ଏବଂ ଆର୍ଥିକ ସଙ୍କଟ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି। ପୁଲିସ ଅଧିକାରୀମାନେ କନଷ୍ଟେବଳଙ୍କୁ ଉପଯୁକ୍ତ ପରାମର୍ଶ ଏବଂ ସାହାଯ୍ୟ ଯୋଗାଇ ଦେଉଛନ୍ତି, ଯାହାଫଳରେ ସେ ଏହି ସଙ୍କଟରୁ ବାହାରି ପାରିବେ ।

ଅନଲାଇନ ଗେମିଂ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ଅନେକ ଲୋକଙ୍କ ପାଇଁ ଏକ ଗମ୍ଭୀର ସମସ୍ୟା ପାଲଟି ଯାଇଛି। ତେଣୁ ଏହି ଦିଗରେ ଲୋକେ ସଚେତନ ରହିବା ଜରୁରୀ ହୋଇପଡ଼ିଛି । 

ଅଧିକପଢ଼ନ୍ତୁ https://sambad.in/crime/ghaziabad-sweet-shop-samosa-potato-wash-with-chappals-7093263

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe