ପୁଅକୁ ହତ୍ୟା କରି ବୋହୂ ସହିତ ଦୁଷ୍କର୍ମ ଉଦ୍ୟମ କରିବା ପରେ ଶ୍ବଶୁର ଫେରାର

ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

Representational image Gulf News

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜର ପୁଅକୁ ହତ୍ୟା କରିବା ପରେ ନିଜର ବୋହୂ ସହିତ ଦୁଷ୍କର୍ମ ଉଦ୍ୟମ କରିଥିବାର ୫୬ବର୍ଷର ବୃଦ୍ଧଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି।

ପୀଡ଼ିତା ବୋ୍ହୂଙ୍କ ଅଭିଯୋଗ ଅନୁସାରେ, ଶନିବାର ନଭେମ୍ବର ୨୫ରେ ତାଙ୍କ ସ୍ବାମୀ ଓ ଅନ୍ୟମାନେ ଏକ ବିବାହ ଭୋଜିକୁ ଯାଇଥିଲେ। ସେହି ସମୟରେ ସେ ଘରେ ଏହା ଥିଲେ। ଏହାର ସୁଯୋଗ ନେଇ ତାଙ୍କ ଶ୍ୱଶୁର ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଘଟଣା ସମ୍ପର୍କରେ ନିଜର ସ୍ବାମୀ ଓ ଶାଶୁଙ୍କୁ ଜଣାଇଥିଲେ। ଏହାକୁ କେନ୍ଦ୍ର କରି ଘରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା। ଶ୍ବଶୁର ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ବଡ଼ ପୁଅକୁ ଗୁଳି ମାରି ହତ୍ୟା କରିଥିଲେ।

ଏସପି ଅମିତ କୁମାର ଆନନ୍ଦ କହିଛନ୍ତି ଯେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ତାଙ୍କ ଶ୍ବଶୁର ଓ ଦିଅର ବିରୋଧରେ ଆଇପିସିର ଧାରା ୩୦୨, ୩୪ ଏବଂ ୩୭୮ରେ ମାମଲା ରୁଜୁ କରାଯାଇଛି। ଫେରାର ଥିବା ମୃତକଙ୍କ ସାନଭାଇ ଏବଂ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତଦନ୍ତ ଜାରି ରହିଛି। ପୀଡିତା ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିବାରୁ ତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଦିଆଯାଇଛି। ଏଥିସହିତ ମୃତକଙ୍କ ମା’ଙ୍କର ବି ବୟାନ ରେକର୍ଡ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି।

ମୃତ ବ୍ୟକ୍ତି ଜଣକ ଏକ ଘରୋଇ ଡାକ୍ତରଖାନାରେ ଜଣେ ସହାୟକ କର୍ମଚାରୀ ଭାବେ କାମ କରୁଥିଲେ। ମୃତକଙ୍କ ଏକ ବର୍ଷ ପୂର୍ବେ ବିବାହ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe