ଶୌଚାଳୟରେ ଛାତ୍ରୀଙ୍କୁ ଆଲିଙ୍ଗନ କରି ଚୁମ୍ବନ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

Advertisment

ବାୟୋଲୋଜି ଶିକ୍ଷକ କୋଚିଂ ସେଣ୍ଟରର ଶୌଚାଳୟରେ ଛାତ୍ରୀଙ୍କୁ ଆଲିଙ୍ଗନ କରି ଜୋରଜବରଦସ୍ତ କରିଥିଲେ ଚୁମ୍ବନ। ସିସିଟିଭିରେ ଦୃଶ୍ୟ କଏଦ ହେବାପରେ ପୁଲିସ କରିଛି ଗିରଫ। ପୂର୍ବରୁ ବି ଅନେକ ଛାତ୍ରୀ ଶିକ୍ଷକଙ୍କ ବିରୋଧରେ କରିଥିଲେ ଅଭିଯୋଗ।

Updated On

ବାୟୋଲୋଜି ଶିକ୍ଷକ କୋଚିଂ ସେଣ୍ଟରର ଶୌଚାଳୟରେ ଛାତ୍ରୀଙ୍କୁ ଆଲିଙ୍ଗନ କରି ଜୋରଜବରଦସ୍ତ କରିଥିଲେ ଚୁମ୍ବନ। ସିସିଟିଭିରେ ଦୃଶ୍ୟ କଏଦ ହେବାପରେ ପୁଲିସ କରିଛି ଗିରଫ। ପୂର୍ବରୁ ବି ଅନେକ ଛାତ୍ରୀ ଶିକ୍ଷକଙ୍କ ବିରୋଧରେ କରିଥିଲେ ଅଭିଯୋଗ।

ଅଦ୍ୟତନ ହୋଇଛି
ପନ୍ପନଦ

ନୂଆଦିଲ୍ଲୀ: କାନପୁରରେ ଜଣେ ନିଟ କୋଚିଂ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଦ୍ୱାରା ଅଶ୍ଳୀଳ ଆଚରଣ ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କୁ ଗାଧୁଆଘରକୁ ନେଇ ଅଶ୍ଳୀଳ କାମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକଙ୍କ ଭିଡିଓ ସିସିଟିଭିରେ କଏଦ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଶିକ୍ଷକଙ୍କ ନାମ ସାହିଲ ସିଦ୍ଦିକି ବୋଲି ଜଣାରପଡ଼ିଛି।

ଶିକ୍ଷକ ସାହିଲ ସିଦ୍ଦିକିଙ୍କ ଏହି ଘୃଣ୍ୟ କାର୍ଯ୍ୟ ସିସିଟିଭିରେ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଶିକ୍ଷକ ଜଣକ  ଛାତ୍ରୀଙ୍କୁ ପ୍ରଥମେ ଆଲିଙ୍ଗନ କରିବା ସହିତ ଜୋରଜବରଦସ୍ତ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। 
ଏହି ଘଟଣା କାନପୁରର କାକାଦେବ କୋଚିଂ ମଣ୍ଡିର ପ୍ରତିଷ୍ଠିତ ନିଟ କୋଚିଂ ସେଣ୍ଟର ଅଟେ। ଯେଉଁଠାରେ ଶିକ୍ଷକ ସାହିଲ ସିଦ୍ଦିକି ବାୟୋଲୋଜି ଶିକ୍ଷା ପ୍ରଦାନ କରିଛି। ତାଙ୍କର ଏହି କାର୍ଯ୍ୟ ପରେ ସମଗ୍ର କାନପୁରରେ ଆଲୋଡ଼ପ ଦେଖାଦେଇଛି ।ଏହି ଘଟଣାପରେ ଅଭିଭାବକମାନେ ସେମାନଙ୍କ ପିଲାର ସୁରକ୍ଷାକୁ ନେଇ ବହୁତ ଭୟଭୀତ ହୋଇଯାଇଛନ୍ତି।

ଏହି ପ୍ରସଙ୍ଗରେ କୋଚିଂ ନିର୍ଦ୍ଦେଶକ ଆଶିଷ ଶ୍ରୀବାସ୍ତବ କହିଛନ୍ତି ଯେ ପୂର୍ବରୁ ମଧ୍ୟ କୋଚିଂରେ ପଢ଼ୁଥିବା ଅନେକ ଛାତ୍ରୀ ଶିକ୍ଷକ ସାହିଲଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରମାଣ ଅଭାବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନଥିଲା। କିନ୍ତୁ ଏଥର ପ୍ରମାଣ ପାଇବା ପରେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଶିକ୍ଷକ ସାହିଲ ସିଦ୍ଦିକିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe