ଗଣ ଦୁଷ୍କର୍ମ ଅଭିଯୋଗରେ ୟୁପିର ଜଣେ ପୁଲିସଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ମାମଲା ରୁଜୁୁ

Advertisment
ଗଣ ଦୁଷ୍କର୍ମ ଅଭିଯୋଗରେ ୟୁପିର ଜଣେ ପୁଲିସଙ୍କ ସମେତ ଅନ୍ୟ ୨ ଜଣଙ୍କ ନାମରେ ମାମଲା ରୁଜୁୁ

ସାଂକେତିକ ଫଟୋ

ବରେଲି: ଉତ୍ତରପ୍ରଦେଶର ବରେଲିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ପୁଲିସ୍‌ ସହ ଆଉ ଦୁଇ ଜଣ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତିରେ ଏକ ମାମଲା ରୁଜୁ ହୋଇଛି। ୨୧ ବର୍ଷୀୟା ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ପିୟୂଷ ସିଦ୍ଧାର୍ଥ ସୋମବାର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପିୟୂୂଷ ସିଦ୍ଧାର୍ଥଙ୍କ ନିର୍ଦ୍ଦେଶ ପରେ କତାଇ ମିଲ୍‌ ପୁଲିସ୍‌ ଆଉଟ୍‌ପୋଷ୍ଟ୍‌ର ଇନ୍‌-ଚାର୍ଜ ଅରୁଣ କୁମାରଙ୍କ ବ୍ୟତୀତ ଆଉ୨ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

ମହିଳା ଜଣକ ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ପୁଲିସ୍‌ଙ୍କ ସମତେ ୩ ଜଣ ମିଶି ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏହି ଦୁଷ୍କର୍ମ ସେମାନେ ଅଗଷ୍ଟ ୨୧ ତାରିଖରେ କରିଥିଲେ ବୋଲି ମହିଳା ଜଣକ ଉଲ୍ଲେଖ କରିଛନ୍ତି। ସେ ଆହୁରି ବି କହିଛନ୍ତି କି ଗଣ ଦୁଷ୍କର୍ମର ଶିକାର ହେବା ପରେ ସେ ପୁଲିସ୍‌ରେ ଅଭିଯୋଗ ଲେଖାଇବାକୁ ଯାଇଥିଲେ ମାତ୍ର ପୁଳିସ୍‌ ତାଙ୍କ ସହ ସ‌ହଯୋଗ କରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe