ସ୍ବାମୀ ମୋତେ ମାରି ଦ୍ବିତୀୟ ବିବାହ କରିବାକୁ ଚାହୁଁଛି; କାନ୍ଦି କାନ୍ଦି ଏଭଳି କହି ଜୀବନ ହାରିଲେ କନଷ୍ଟେବଳଙ୍କ ସ୍ତ୍ରୀ

New Project (3)

ଲକ୍ଷ୍ନୌ: ଶାଶୁଘର ଲୋକଙ୍କ ଅତ୍ୟାଚାର ସହିନପାରି ଜୀବନ ହାରିଲେ ମହିଳା। ସ୍ବାମୀ ଓ ଦିଅରଙ୍କ ଉପରେ ଦୋଷ ଲଦି ଭିଡିଓ ରେକର୍ଡ କଲେ ଏବଂ ପରେ ମହିଳା ଜୀବନ ହାରି ଦେଇଥିବା ଜଣାଯାଇଛି। ଆତ୍ମହତ୍ୟା କରିବା ପୂର୍ବରୁ ମହିଳାଜଣଙ୍କ ରେକର୍ଡ କରିଥିବା ଭିଡିଓ ପୁଲିସ ହାତରେ ଲାଗିଛି, ଯେଉଁଥିରେ ସେ ତାଙ୍କ ସହିତ ହେଉଥିବା ନିର୍ଯାତନା ବିଷୟରେ ବର୍ଣ୍ଣନା କରିଥିବା ଜଣାଯାଇଛି। ମୃତକଙ୍କ ନାମ ସୌମ୍ୟା କଶ୍ୟପ ହୋଇଥିବା ବେଳେ ତାଙ୍କ ସ୍ବାମୀ ଓ ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥି‌ଲେ ବୋଲି ସେ ଭିଡିଓରେ କହିଛନ୍ତି।

ଭିଡିଓରେ ସୌମ୍ୟା କହିଛନ୍ତି ଯେ, "ୟୁପି ପୁଲିସରେ କନଷ୍ଟେବଳ ଥିବା ମୋ ସ୍ବାମୀ ଦ୍ବିତୀୟ ବିବାହ କରିବାକୁ ଚାହୁଥିଲେ। ଏଥିପାଇଁ ସେ ମୋଠାରୁ ମୁକ୍ତି ପାଇବାକୁ ଚିନ୍ତା କରୁଥିଲେ। ତାଙ୍କ ଦାଦା ଜଣେ ଓକିଲ ହୋଇଥିବାରୁ ସେ ମୋ ସ୍ବାମୀଙ୍କୁ ହତ୍ୟା କରିବାକୁ ଉପଦେଶ ଦେଇଥିଲେ। ମୋତେ ହତ୍ୟା କରିବା ପରେ ସେ ତାଙ୍କୁ ବଞ୍ଚାଇଦେବେ ବୋଲି କହିଛନ୍ତି। ତାଙ୍କର ଆଶ୍ବାସନା ପରେ ମୋ ଶାଶୁଘର ଲୋକେ ମୋ‌ତେ ହତ୍ୟା କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ମୋ ଉପରେ ଏବେ ଅତ୍ୟାଚାର ବଢ଼ିଛି। ମୁଁ ଆଉ ସହିପାରୁନାହିଁ।"

ତେବେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe