ଅବହେଳାର ଚିତ୍ର: ହସପିଟାଲ ବାହାରେ ପଡ଼ିଥିବା ନାବାଳିକା ମୃତଦେହ ଉପରୁ ଧଳା କପଡ଼ା କାଢ଼ି କାମୁଡ଼ିବା ପାଇଁ ଚେଷ୍ଟା କରୁଛି କୁକୁର

Advertisment
ଅବହେଳାର ଚିତ୍ର: ହସପିଟାଲ ବାହାରେ ପଡ଼ିଥିବା ନାବାଳିକା ମୃତଦେହ ଉପରୁ ଧଳା କପଡ଼ା କାଢ଼ି କାମୁଡ଼ିବା ପାଇଁ ଚେଷ୍ଟା କରୁଛି କୁକୁର

khabar.ndtv.com

ସମ୍ଭଲ: ଉତ୍ତର ପ୍ରଦେଶର ସରକାରୀ ହସ୍ପିଟାଲରୁ ପୁଣି ଏକ ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଛି। ଏକ ବାରବୁଲା କୁକୁର ସମ୍ଭଲ ଜିଲ୍ଲା ସରକାରୀ ହସ୍ପିଟାଲ ବାହାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ନାବାଳିକାର ମୃତଦେହକୁ ଦାନ୍ତରେ ଟାଣୁଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୨୦ ସେକେଣ୍ଡର ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି ଧଳା ଚାଦାର ଢ଼ଙ୍କା ଯାଇଥିବା ମୃତଦେହକୁ କୁକୁରଟି ଟାଣିବାରେ ଲାଗିଛି। ମୃତଦେହଟି ହସ୍ପିଟାଲ ପାହାଚ ନିକଟରେ କେହି ନଥିବା ଏକ ସ୍ଥାନରେ ପଡ଼ି ରହିଥିବା ଭିଡିଓରେ ନଜର ଆସୁଛି।

ମୃତ ନାବାଳିକାଙ୍କ ପିତାଙ୍କ କହିବାନୁସାରେ, ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନାବାଳିକାଙ୍କୁ କେହି ହାତ ଲଗାଇ ନଥିଲେ। ଝିଅର ଚିକିତ୍ସାରେ ଅବହେଳା କରାଯାଇଥିଲା।

ଏହି ଘଟଣାକୁ ନେଇ ହସ୍ପିଟାଲ ପ୍ରଶାସନ କହନ୍ତି, ସେଠାରେ ବାରବୁଲା କୁକୁରଙ୍କ ଉତ୍ପାତ ଲାଗି ରହିଥାଏ। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖାଯାଇ ଅବଗତ କରାଯାଇଛି। କିନ୍ତୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ତେବେ ହସ୍ପିଟାଲ  ଚିକିତ୍ସା ଅଧୀକ୍ଷକ ଦାବି କରିଛନ୍ତି କି ତାଙ୍କୁ ଏହି ଘଟଣାରେ କୌଣସି ପ୍ରକାର ଦୋଷ ଦିଆଯାଇ ପାରିବ ନାହିଁ। କାରଣ ନାବାଳିକାଙ୍କ ପରିବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଚାହୁଁ ନଥିଲେ। ସେଥିପାଇଁ ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା। ତେବେ ସେମାନେ ମୃତଦେହକୁ କିଛି ସମୟ ପାଇଁ ସେଠାରେ ରଖି ଯାଇଥିଲେ। ସେହି ସମୟରେ ଏହି ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe