ବ୍ୟସ୍ତବହୁଳ ରାସ୍ତାରେ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଲା;କଟିଲା ୩୬ହଜାର ଟଙ୍କାର ଚାଲାଣ

ଟ୍ରାଫିକ ପୁଲିସ ଏମଭି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଷ୍ଟଣ୍ଟମ୍ୟାନଙ୍କ ବିରୋଧରେ ୩୬,୦୦୦ ଟଙ୍କାର ଚାଲାଣ କାଟିଛି। ଏଥିସହିତ ହାପୁଡ଼ ପୁଲିସ ଜିଲ୍ଲାବାସୀଙ୍କୁ ଏପରି କୌଣସି କାର୍ଯ୍ୟ ନକରିବାକୁ ନିବେଦନ କରୁଛି ଯାହା ଆଇନ ବିରୋଧୀ ଅଟେ।

b1450f84-dfab-469a-9524-2d289e44a90e

ଲକ୍ଷ୍ମୌ: ଉତ୍ତରପ୍ରଦେଶର ହାପୁଡ଼ରେ ବ୍ୟସ୍ତବହୁଳ ରାସ୍ତାମାନଙ୍କରେ ଯୁବକମାନଙ୍କ ଷ୍ଟଣ୍ଟ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ହାପୁଡ଼ରୁ ଷ୍ଟଣ୍ଟମ୍ୟାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭିଡିଓରେ ସ୍ପଷ୍ଟଭାବେ ଦେଖିବାକୁ ମିଳୁଛି ଷ୍ଟଣ୍ଟମ୍ୟାନ ଜଣକ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି। ଘଟଣାଟି ଦିଲ୍ଲୀ ଲକ୍ଷ୍ନୌ ୯ନମ୍ବର ଜାତୀୟରାଜପଥର କୁହାଯାଉଛି।ସୌଭାଗ୍ୟବଶତଃ, ଭିଡିଓ ସୁଟ୍ ସମୟରେ ଏହି ଯୁବକଙ୍କ ସହିତ କୌଣସି ପ୍ରକାରର ଦୁର୍ଘଟଣା ଘଟି ନାହିଁ।

ହାପୁଡ଼ ପୁଲିସ ସୂତ୍ରରୁ ପ୍ରକାଶ ହାପୁଡ଼ରେ ଏକ ଚଳନ୍ତା ୱାଗନ-ଆର କାରର ଷ୍ଟିଅରିଂ ଛାଡି ଜଣେ ଯୁବକ ଝରକା ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ଏବଂ ରିଲ ତିଆରି କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ରାଫିକ ପୁଲିସ ଏମଭି ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଷ୍ଟଣ୍ଟମ୍ୟାନଙ୍କ ବିରୋଧରେ ୩୬,୦୦୦ ଟଙ୍କାର ଚାଲାଣ କାଟିଛି। ଏଥିସହିତ ହାପୁଡ଼ ପୁଲିସ ଜିଲ୍ଲାବାସୀଙ୍କୁ ଏପରି କୌଣସି କାର୍ଯ୍ୟ ନକରିବାକୁ ନିବେଦନ କରୁଛି ଯାହା ଆଇନ ବିରୋଧୀ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe