ଗ୍ରାହକଙ୍କ ରୁଟିରୁ ବାହାରିଲା ଝିଟିପିଟି; ସିଲ ହେଲା ଢ଼ାବା

ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବାରେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରୁ ବାହାରିଲା ଏକ ମୃତ ଝିଟିପିଟି । ଦ୍ବିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଢ଼ାବା ମାଲିକ।

New Project (36)

କାନପୁର: ଉତ୍ତର ପ୍ରଦେଶର କାନପୁରର ବିଲହୌର ଅଞ୍ଚଳସ୍ଥ ଏକ ଢାବାରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। 

ଭବାନୀପୁର ଜିଟି ରୋଡରେ ଅବସ୍ଥିତ ବାଜପେୟୀ ରମୈୟା ଢାବାକୁ ପ୍ରତିଦିନ ଅନେକ ଗ୍ରାହକ ଖାଇବାକୁ ଆସିଥାଆନ୍ତି। ନିକଟରେ ଏହି ଢ଼ାବାରେ ଖାଉଥିବା ବେଳେ ଜଣେ ଗ୍ରାହକଙ୍କ ତନ୍ଦୁରି ରୁଟିରୁ ଏକ ମୃତ ଝିଟିପିଟି ବାହାରିଥିଲା। ଏହି ଘଟଣା ଅଗଷ୍ଟ ୮ ତାରିଖରେ ଘଟିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓକୁ ଦେଖିବା ପରେ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉକ୍ତ ଢ଼ାବା ମାଲିକଙ୍କ ସମେତ ରୁଟି ପ୍ରସ୍ତୁତ କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଢାବା ପରିଚାଳକ କର୍ମଚାରୀଙ୍କ ଭୁଲକୁ ସ୍ୱୀକାର କରି ଗ୍ରାହକଙ୍କୁ କ୍ଷମା ମାଗିଛନ୍ତି। ଦ୍ବିତୀୟଥର ଏଭଳି ଭୁଲ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। 

ଭାଇରାଲ ଭିଡିଓ ପରେ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରି ଢାବାର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଢାବାର ପରିମଳ ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା। ରୋଷେଇ ଘରେ ମଇଳା ଗଦା ଥିଲା, ପାତ୍ର ଏବଂ ରୋଷେଇ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଇ ନଥିଲା। ଏହାସହିତ, କୀଟପତଙ୍ଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନଥିଲା। ଯେପର୍ଯ୍ୟନ୍ତ ଢ଼ାବାର ସଫାସୁତୁରାରେ ଉନ୍ନତି ଆସି ନାହିଁ ସେ ପର୍ଯ୍ୟନ୍ତ ଢ଼ାବାକୁ ସିଲ କରି ଦିଆଯାଇଥିବା ଯାଞ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe