ଝିଅକୁ ବିକ୍ରି କରି ଦେଇଥିବା ଗୁଜବ ପ୍ରଘଟ ହେବା ପରେ ଭିଡ଼ ହିଂସାରେ ଗଲା ବାପ ଜୀବନ

ଝିଅକୁ ବିକ୍ରି କରି ଦେଇଥିବା ଗୁଜବ ପ୍ରଘଟ ହେବା ପରେ ଭିଡ଼ ହିଂସାରେ ଗଲା ବାପ ଜୀବନ

The Times Headline

ମଣିପୁର: ଉତ୍ତରପ୍ରଦେଶର ମଣିପୁର ଜିଲ୍ଲାରେ ଦେଖିବାକୁ ମିଳିଛ ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ତାଙ୍କ ନିଜ ଝିଅକୁ ବିକ୍ରି କରି ଦେଇଥିବା ସନ୍ଦେହ କରି ସ୍ଥାନୀୟ ଅଞ୍ଚଳର ୫ ଜଣ ଲୋକ ତାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ସର୍ଭେଶ କୁମାର। ଅଭିଯୁକ୍ତମାନେ ତାଙ୍କୁ ତାଙ୍କ ନିଜ ଘର ଛାତ ଉପରେ ଲାଠି ଓ ଲୁହା ରଡ୍‌ରେ ବାଡ଼େଇବାରୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ସର୍ଭେଶ। ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ସମୟର ଦୃଶ୍ୟ ଏକ ଭିଡିଓରେ କଏଦ୍‌ ହୋଇଛି। ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହାତ ଯୋଡ଼ି ଆକ୍ରମଣକାରୀଙ୍କୁ ଛାଡ଼ି ଦେବାକୁ ନିବେଦନ କରିଥିଲେ ବି ସେମାନେ ଅଟକି ନଥିଲେ। ଓଲଟା ତାଙ୍କୁ ଗୋଇଠା ଉପରେ ‌ଗୋଇଠା ମାରି ଚାଲିଥିଲେ।

ରିିପୋର୍ଟରୁ ଜାଣିବାକୁ ମିଳିଛି ଯେ ସର୍ଭେଶ ଖାର୍ଗଜିତନଗରରେ ତାଙ୍କର ୧୧ ବର୍ଷୀୟା ଝିଅ ସହ ରହୁଥିଲେ। ସେ କିଛି ଦିନ ପାଇଁ ତାଙ୍କ ଝିଅକୁ ନିଜର ଜଣେ ସଂପର୍କୀୟଙ୍କ ଘରକୁ ପଠାଇଥିଲେ। ସ୍ଥାନୀୟ ଅଞ୍ଚଳରେ କଥା ପ୍ରଚାର ହେବାକୁୁ ଲାଗିଲା ଯେ ସର୍ଭେଶ ତାଙ୍କ ଝିଅକୁ ବିକ୍ରି କରି ଦେଇଛନ୍ତି। ଫଳରେ ତାଙ୍କୁ ଭିଡ଼ ହିଂସାର ସାମ୍ନା କରିବାକୁ ପଡ଼ିଲା।

ଏ ନେଇ ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶ ପୁଲିସ୍‌ ସୂଚନା ଦେଇ କହିଛନ୍ତି ଯେ ଏହି ମାମଲାରେ ଏଯାବତ୍‌ ୪ ଜଣଙ୍କୁୁ ଧରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ଘଟଣାର ତଦନ୍ତ କରାଯାଉ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe