ଗରିବ ବୃଦ୍ଧଙ୍କ ପାଖକୁ ଆସିଲା ୧୨୮କୋଟି ଟଙ୍କାର ବିଜୁଳି ବିଲ୍‌ , ପୈଠ ନକଲେ ବିଜୁଳି କାଟ ହେବ ବୋଲି ନିର୍ଦ୍ଦେଶ

Advertisment

ଲକ୍ଷ୍ମୌ: ଉତ୍ତରପ୍ରଦେଶର ହାପୁଡରେ ବସବାସ କରୁଥିବା ଜଣେ ବୃଦ୍ଧଙ୍କ ପାଖକୁ ବିଜୁଳି ବିଭାଗ ଏମିତି ଏକ ବିଲ୍‌ ପଠାଇଛନ୍ତି ଯାହାକୁ ପାଇ ତାଙ୍କ ହୋସ୍‌ ଉଡି ଯାଇଛି।

publive-image

ପ୍ରକାଶିତ ରିପୋର୍ଟ ମୁତାବକ, ବିଲ୍‌ର ବକେୟା ରାଶି ଶହେ କୋଟିରୁ ଉର୍ଧ୍ୱ ବୋଲି ଜଣାପଡ଼ିଛି। ବିଭାଗ ଘରକୁ ପୁଣିଥରେ ବିଜୁଳି ଦେବା ପାଇଁ ବିଲ୍‌ରେ ଥିବା ଅନିବାର୍ଯ୍ୟ ରାଶି ପୈଠ କରିବାକୁ ଆଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ହାପୁଡ ଚାମରି ଗ୍ରାମରେ ବସବାସ କରୁଥିବା ଶମିମଙ୍କୁ ୧୨୮ କୋଟି ଟଙ୍କାରୁ ବି ଅଧିକ ବିଜୁଳି ବିଲ୍‌ ଆସିଛି। ଏହି ବିଲ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି।

ନିଜ ପତ୍ନୀଙ୍କ ସହିତ ରହୁଥିବା ଶମିମଙ୍କ କହିବାନୁସାରେ, ମୁଁ ବିଜୁଳି ବିଭାଗକୁ ଏହି ତ୍ରୁଟି ଠିକ୍‌ କରିବା ପାଇଁ କହିଥିଲି। କିନ୍ତୁ ସେ ମୋତେ ୨କିଲୋଓ୍ଵାଟ ଘରୋଇ କନେକ୍‌ସନ୍‌ ପାଇଁ ଦିଆଯାଇଥିବା ୧୨୮ କୋଟି ୪୫ଲକ୍ଷ ୯୫ ହଜାର ୪୪୪ଟଙ୍କାର ଏହି ବିଲ ଜମା କରିବା ପାଇଁ କହିଛନ୍ତି। ଆମେ ଏତେ ଗୁଡ଼ିଏ ଟଙ୍କା କିପରି ପୈଠ କରିବୁ ସେନେଇ କେହି ବି କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଯେପର୍ଯ୍ୟନ୍ତ ଏହି ବିଲ୍‌ ଜମା କରି ନାହାନ୍ତି ଘରକୁ ବିଜୁଳି ଦିଆଯିବ ନାହିଁ ବୋଲି ରୋକଠୋକ ମନା କରିଛନ୍ତି ବିଜୁଳି ବିଭାଗ। ମୋତେ ଲାଗୁଛି ପୂରା ହାପୁଡର ବିଜୁଳି ବିଲ ମୋ ପାଖକୁ ଚାଲି ଆସିଛି।

publive-image

ଏପଟେ ବିଭାଗର ଇଲେକ୍ଟ୍ରିକଲ ଇଞ୍ଜିନିୟରଙ୍କ କହିବାନୁସାରେ, ଏହା ଯାନ୍ତ୍ରିକ ତ୍ରୁଟି ହେତୁ ହୋଇଯାଇଛି। ଇଞ୍ଜିନିୟର ରାମଶରଣ ପତିଶ୍ରୃତି ଦେଇଛନ୍ତି କି ବିଭାଗ ଏହି ବିଲ ଫେରସ୍ତ ନେଇ ସଂଶୋଧନ ବିଲ୍‌ ପଠାଇବ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଜଣେ ବ୍ୟକ୍ତିଙ୍କୁ ୨୩କୋଟି ଟଙ୍କାର ବିଜୁଳି ବିଲ୍‌ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe