ଲଜ୍ଜା: ନିଜ ଝିଅକୁ ଦୁଇ ବନ୍ଧୁଙ୍କୁ ‘ଉପହାର’ ଦେବା ପରେ ସେମାନଙ୍କ ସହ ମିଶି ଝିଅକୁ ଗଣଦୁଷ୍କର୍ମ କଲା ବାପ

Advertisment
ଲଜ୍ଜା: ନିଜ ଝିଅକୁ ଦୁଇ ବନ୍ଧୁଙ୍କୁ ‘ଉପହାର’ ଦେବା ପରେ ସେମାନଙ୍କ ସହ ମିଶି ଝିଅକୁ ଗଣଦୁଷ୍କର୍ମ କଲା ବାପ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି ଏକ ବିରଳ ଜଘନ୍ୟ ଅପରାଧ। ଜନୈକ ବ୍ୟକ୍ତି ନିଜର ୩୫ ବର୍ଷ ବୟସ୍କା ଝିଅକୁ ତା’ର ଦୁଇବନ୍ଧୁଙ୍କୁ ‘ଉପହାର’ ସ୍ୱରୂପ ପ୍ରଦାନ କରିବା ପରେ ସେମାନଙ୍କ ସହ ମିଶି ନିଜ ଝିଅକୁ ଗଣଦୁଷ୍କର୍ମ କରିଛି। ଏହି ଜଘନ୍ୟ ଘଟଣା ଘଟିଛି, କୌଣସି ଦୁର୍ଗମ ଅଞ୍ଚଳରେ ନୁହେଁ; ବରଂ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ସହର ଠାରୁ ୭୦ କିଲୋମିଟର ଦୂର ସୀତାପୁର ଅଞ୍ଚଳରେ, ଗତ ସୋମବାର। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ମଙ୍ଗଳବାର ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର୍‌ ହୋଇ ଯାଇଛନ୍ତି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଜର ୩୫ ବର୍ଷ ବୟସ୍କା ଝିଅକୁ ଧରି ଗତ ଅପ୍ରେଲ ୧୫ ତାରିଖ ସନ୍ଧ୍ୟାରେ ଯାତ୍ରା ଦେଖିବା ପାଇଁ କମଲପୁର ଅଞ୍ଚଳକୁ ଯାଇଥିଲା। ଯାତ୍ରା ଦେଖି ସରିବା ପରେ ଅଭିଯୁକ୍ତ ଜଣକ ତା’ର ଜଣେ ବନ୍ଧୁ ମାନ୍‌ ସିଂହକୁ ଫୋନ୍‌କରି ଡକାଇଥିଲା। ମାନ୍‌ ସିଂହ ଏକ ମଟର ସାଇକେଲରେ ଆସି ସେମାନଙ୍କ ନିକଟରେ ପହଞ୍ଚିବା ପରେ ସେଥିରେ ତିନି ଜଣଯାକ ବସି ସେଠାରୁ ଅଭିଯୁକ୍ତର ଅନ୍ୟଜଣେ ବନ୍ଧୁ ମିରାଜ ଘରକୁ ଯାଇଥିଲେ। ସେଠାରେ ଝିଅଟିର ବାପା ନିଜ ଝିଅକୁ ତା’ର ବୁନ୍ଧୁଙ୍କୁ ‘ଉପହାର’ ଦେଇଥିଲା। ଏବଂ ପରେ ଅଭିଯୁକ୍ତ ଜଣକ ତା’ର ଦୁଇବନ୍ଧୁ ମାନ୍‌ ଓ ମିରାଜ ସହ ମିଶି ଝିଅଟିକୁ ଗଣଦୁଷ୍କର୍ମ କରିଥିଲା। ପରେ ସେମାନେ ସମସ୍ତେ ମିଶି ଝିଅଟିକୁ ମିରାଜ ଘରେ ବନ୍ଦୀ କରି ରଖିଥିଲେ।

publive-image

ତେବେ, ସୋମବାର ଦିନ ସନ୍ଧ୍ୟାରେ ଝିଅଟି କୌଶଳକ୍ରମେ ମିରାଜ ଘରୁ ଖସିଆସି ନିଜ ଘରେ ପହଞ୍ଚିବା ସହ ନିଜ ମା’ଙ୍କୁ ଘଟଣା ସଂପର୍କରେ ସବୁକଥା କହିଥିଲା। ପରେ ମା’ ଓ ଝିଅ ଯାଇ ଘଟଣା ସଂପର୍କରେ କମଲପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରି ମିରାଜକୁ ଗିରଫ କରିଥିବା ବେଳେ ଘଟଣାର ମୁଖ୍ୟଅଭିଯୁକ୍ତ ଓ ତା’ ବନ୍ଧୁ ମାନ୍‌ ସିଂହ ଫେରାର୍‌ ହୋଇ ଯାଇଛନ୍ତି ବୋଲି କହିଛନ୍ତି କମଲପୁର ଥାନା ଏସ୍‌ଏଚ୍‌ଓ ସଞ୍ଜିତ ସୋନ୍‌କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe