ତୁମେ ମୋର ହେଲନି ମାନେ ଆଉ କାହାର ହୋଇପାରିବନି; ଏଭଳି କହି ଏସିଡ୍ ଫିଙ୍ଗିଲା ପ୍ରେମିକ

jh

ଆଜମଗଡ଼: ପ୍ରେମିକା ଉପରେ ଏସିଡ୍ ମାଡ଼ କଲା ପ୍ରେମିକ। ବିବାହ କରିବାକୁ ମନା କରି ପ୍ରେମିକ‌ା ଅନ୍ୟ ଯୁବକଙ୍କୁ ବିବାହ କରିବାକୁ ଯାଉଥିବା ଜାଣି ଅଭିଯୁକ୍ତ ପ୍ରେମିକ ଏଭଳି କରିଥିବା ଜଣାପଡ଼ିଛି। ପୀଡ଼ିତାଙ୍କ ନାମ ରୀମା(ଛଦ୍ମନାମ) ବୋଲି ଜଣାପଡ଼ିଥିବା ବେଳେ ସେ ବ୍ୟାଙ୍କରୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ନିଜ ବନ୍ଧୁଙ୍କ ସହ ଆସି ରୀମାଙ୍କ ଉପରେ ଏସିଡ୍ ମ‌ାଡ଼ କରିଥିଲେ ଅଭିଯୁକ୍ତ।

ସୂଚନା ମୁତାବକ, ଏହି ଘଟଣାଟି ଉତ୍ତରପ୍ରଦେଶର ମାଉ ଜିଲ୍ଲାରେ ଘଟିଛି। ବାପାଙ୍କ ଦେହାନ୍ତ ହେବା ସହ ଭାଇ ଛୋଟ ଥିବାରୁ ପୀଡିତା ଏବଂ ତାଙ୍କ ମା’ ତାଙ୍କ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି କରୁଥିଲେ। ରୀମା ନିଜେ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଥିଲେ। ଅଭିଯୁକ୍ତ ରାମ ଜନମ ସିଂହ ପଟେଲ ରୀମାଙ୍କ ବିବାହ ଅନ୍ୟ ପୁରୁଷ ସହିତ ସ୍ଥିର ହେବାକୁ ଘୋର ବିରୋଧ କରୁଥିଲେ।ଗୁରୁବାର ଦିନ, ଯେତେବେଳେ ସେ ବ୍ୟାଙ୍କରୁ ୨୦,୦୦୦ଟଙ୍କା ଉଠାଇ ଘରକୁ ଫେରୁଥିଲେ, ସେତେବେଳେ ଅଭିଯୁକ୍ତ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଥିଲେ। ମେ’ ୨୭ରେ ବିବାହ ହେବାକୁ ଥିବା ବେଳେ ମେ’ ୧ରେ ଏହି ଘଟଣା ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ମୁହଁ, କାନ୍ଧ, ବେକ ଏବଂ ଶରୀରର ଉପର ଅଂଶ ଗୁରୁତର ଭାବରେ ପୋଡ଼ି ଯାଇଛି। ଏସିଡ୍ ମାଡ଼ ପରେ ପରେ ତାଙ୍କୁ ତାଙ୍କ ଗାଁର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ତୁରନ୍ତ ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲକୁ ପଠାଯାଇଥିଲା। ରୀମାଙ୍କ ଶରୀର ୬୦ପ୍ରତିଶତ ପୋଡ଼ି ଯାଇଥିବାରୁ ସେ ଆଜମଗଡ଼ର ଗ୍ଲୋବାଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷ‌େୀ, ପଟେଲ ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଘଟଣାରେ ବ୍ୟବହୃତ ବାଇକ୍ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe