ବିବାହ କରିବାକୁ ଶ୍ରମିକର ଲିଙ୍ଗ ବଦଳାଇ ଦେଲେ ମାଲିକ

Advertisment
ବିବାହ କରିବାକୁ ଶ୍ରମିକର ଲିଙ୍ଗ ବଦଳାଇ ଦେଲେ ମାଲିକ

ଲକ୍ଷ୍ନୌ: ବିବାହ କରିବାକୁ ଶ୍ରମିକର ଲିଙ୍ଗ ବଦଳାଇ ଦେଲେ ମାଲିକ। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଘଟିଛି ଏଭଳି ଘଟଣା। ପୀଡ଼ିତଙ୍କ ନାମ ମହମ୍ମଦ ମୁଜାହିଦ(୨୦) ବୋଲି ଜଣାପଡ଼ିଥିବା ବେଳେ ଓମ ପ୍ରକାଶ ନାମକ ଯୁବକଙ୍କ ନାମରେ ଅଭିଯୋଗ କରାଯାଇଛି।

ମୁଜାହିଦଙ୍କ ଅଭିଯୋଗ ମୁତାବକ, ୨ବର୍ଷ ତଳେ ସ୍ଥାନୀୟ ଫ୍ୟାକ୍ଟ୍ରିରେ ଶ୍ରମିକ ଭାବେ କାମ କରୁଥିଲେ ମୁଜାହିଦ୍। ଏହି ସମୟରେ ସେମାନଙ୍କ ମାଲିକ ଥିଲେ ଓମ ପ୍ରକାଶ। ମୁଜାହିଦଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଓମ ପ୍ରକାଶ ତାଙ୍କୁ ଅନେକ ସମୟରେ ସାହାଯ୍ୟ କରୁଥିଲେ। କିଛି ମାସ ପରେ ମୁଜାହିଦ ଅଧିକ ଟଙ୍କା ପାଇଁ ଫ୍ୟାକ୍ଟ୍ରି ଛାଡ଼ି ବିୟୁଟି ପାର୍ଲରରେ କାମ କରିବା ଆରମ୍ଭ କରିଥିଲେ। ହେଲେ ଓମ ପ୍ରକାଶଙ୍କ ସହ ତାଙ୍କ ବନ୍ଧୁତା ପୂର୍ବ ଭଳି ରହିିଥିଲା। କିନ୍ତୁ ଓମ୍ ପ୍ରକାଶ ଏଭଳି ବିଶ୍ବାସରେ ବିଷ ଦେବେ ବୋଲି ମୁଜାହିଦ ଜାଣିନଥିଲେ। କିଛି ମାସର ବନ୍ଧୁତା ପରେ ମୁଜାହିଦଙ୍କ ନଗ୍ନ ଭିଡିଓ ରେକର୍ଡ କରି ଓମ୍ ପ୍ରକାଶ ତାଙ୍କୁ ଧମକାଇବା ଆରମ୍ଭ କରିଥିଲେ। ରହୁଥିବା ଘରକୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେବା ସହ କାହାକୁ କହିଲେ ବାପାଙ୍କୁ ହତ୍ୟା କରିଦେବି ବୋଲି ଧମକ ଦେଇଥିଲେ। ଏହା ଡରରେ ଚୁପ ରହିଥିଲେ ମୁଜାହିଦ । ହେଲେ ଜୁନ୍ ୩ରେ ସବୁ କିଛି ବଦଳିଯାଇଥିଲା। ଜୁନ ୩ରେ ମୁଜାହିଦଙ୍କୁ ଡାକି ତାଙ୍କ ଫୋନ ଛଡ଼ାଇ ନେବା ସହ ନିଶା ଦେଇ ଅଚେତ କରାଇ ଦେଇଥିଲେ ଓମ୍। ‌ଚେତା ଫେରିବା ବେଳକୁ ସବୁକିଛି ବଦଳିଯାଇଥିଲା। ଓମପ୍ରକଶ ବିବାହ କରି ଜୀବନସାଥୀ କରିବା ପାଇଁ ମୁଜାହିଦଙ୍କ ଗୁପ୍ତାଙ୍ଗ କାଟି ସାରିଥିଲା। ବେଗରାଜପୁର ମେଡିକାଲ କଲେଜରେ ଏହି ସର୍ଜରୀ ହୋଇଥିବା ବେଳେ ମୁଜାହିଦ ଡାକ୍ତରଖାନାର କର୍ମଚାରୀଙ୍କଠାରୁ ଫୋନ ନେଇ ପରିବାରକୁ ଫୋନ କରିଥିଲେ। ଏବେ ପୁଲିସରେ ଘଟଣାର ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି ମୁଜାହିଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe