ଭଉଣୀକୁ ବିବାହରେ ସୁନା ମୁଦି ଓ ଟିଭି ଉପହାର ଦେବାକୁ କହିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

Advertisment
ଭଉଣୀକୁ ବିବାହରେ ସୁନା ମୁଦି ଓ ଟିଭି ଉପହାର ଦେବାକୁ କହିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ବାରବାଙ୍କି(ଉତ୍ତରପ୍ରଦେଶ): ଭଉଣୀକୁ ବିବାହରେ ସୁନା ମୁଦି ଓ ଟିଭି ଉପହାର ଦେବାକୁ କହିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ। ଉତ୍ତରପ୍ରଦେଶର ବାରବାଙ୍କିରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଚନ୍ଦ୍ର ପ୍ରକାଶ ମିଶ୍ରା ବୋଲି ଜଣାପଡ଼ିଛି। ପୁଲିସର କହିବା ମୁତାବକ, ପତ୍ନୀଙ୍କ ସହ ଚନ୍ଦ୍ର ପ୍ରକାଶଙ୍କ ଶଶୁର ଘର ଲୋକେ ମିଶି ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି।

ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ଚନ୍ଦ୍ର ପ୍ରକାଶ ମିଶ୍ରାଙ୍କ ଭଉଣୀର ବିବାହ ଏପ୍ରିଲ ୨୬ରେ ହେବାର ଥିଲା। ବିବାହ ପାଇଁ ଚନ୍ଦ୍ର ପ୍ରକାଶ ମିଶ୍ରା ଭଉଣୀକୁ ସୁନା ମୁଦି ଓ ଟିଭି ଉପହାର ଦେବାକୁ ଚାହୁଁଥିଲେ। ଏହା ଶୁଣି ଚନ୍ଦ୍ର ପ୍ରକାଶ ମିଶ୍ରାଙ୍କ ସହ ଝଗଡ଼ା କରିଥିଲେ ତାଙ୍କ ପତ୍ନୀ ଛବି। ଏହା ପରେ ସ୍ବାମୀଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ସେ ନିଜ ଭାଇଙ୍କୁ ସବୁ କଥା କହିଥିଲେ। ଖବର ପାଇ ଛବିଙ୍କ ଭାଇ ତାଙ୍କ ଘରେ ପହଞ୍ଚିବା ସହ ଚନ୍ଦ୍ରଙ୍କୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ତଡ଼ାରେ ପିଟିଥିଲେ। ମାଡ଼ ଖାଇ ଚନ୍ଦ୍ର ପ୍ରକାଶ ଗୁରୁତର ହେବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଏତଲା ରୁଜୁ ହେବା ସହ ଛବି ଓ ତାଙ୍କ ଭାଇଙ୍କ ସମେତ ୫ଜଣକୁ ଗିରଫ କରାଯାଇଥିବା କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe