ଏହି କାରଣରୁ ପ୍ରେମିକ ବିବାହିତ ମହିଳାଙ୍କ ଘରକୁ ଆମ୍ବୁଲାନ୍ସ ପଠାଇଲାଣି ତ ପୁଣି କେତେବେଳେ ପୁଲିସ ଗାଡ଼ି ପହଞ୍ଚିଲାଣି

Advertisment
ଏହି କାରଣରୁ ପ୍ରେମିକ ବିବାହିତ ମହିଳାଙ୍କ ଘରକୁ ଆମ୍ବୁଲାନ୍ସ ପଠାଇଲାଣି ତ ପୁଣି କେତେବେଳେ ପୁଲିସ ଗାଡ଼ି ପହଞ୍ଚିଲାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ତରଫା ଭଲ ପାଇ ଜଣେ ଯୁବକ ବିବାହିତ ମହିଳାଙ୍କ ପାଇଁ କଣ୍ଟା ସାଜିଛନ୍ତି। ସେ ମହିଳାଙ୍କ ଘରକୁ କେତେବେଳେ ଆମ୍ବୁଲାନ୍ସ ପଠାଇଲେଣି ତ କେତେବେଳେ ପୁଲିସ ଗାଡ଼ି। ଏମିତି କ୍ରମାଗତ ଦୁଇମାସ ହେଲା ଯୁବକ ଜଣକ ମହିଳାଙ୍କୁ ହାଇରାଣ କରି ଆସୁଛନ୍ତି । ଏହି ଘଟଣାକୁ ନେଇ କାନପୁର ପୁଲିସର ଏକ ଟିମ୍ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଅଭି‌ଯୋଗ ଆଣିଥିବା ମହିଳାଙ୍କୁ ଯୁବକ ଜଣକ ଏକ ତରଫା ଭଲ ପାଉଥିଲେ। ବାହାଘର ପରେ  ସେ ମହିଳାଙ୍କୁ ଯୋଗାଯୋଗ କରିବାକୁ ତାଙ୍କ ଫୋନ ନମ୍ବର ପାଇଯାଇଥିଲେ। ଏହାପରେ ତାଙ୍କୁ  ଫୋନ କରି ସାକ୍ଷାତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ମହିଳା ଜଣକ ଏପରି କରି ପାରିବେ ନାହିଁ ବୋଲି ରୋକ‌ଠୋକ ମନା କରି ଦେଇଥିଲେ।

ଏହା ପରେ ଯୁବକ ତାଙ୍କ ପାଗଳାମି ଆରମ୍ଭ କରି ଦେଇଥିଲେ । ମହିଳା ଜଣକ ଗର୍ଭବତୀ ଥିବା କହି କାଶିରାମ ହସ୍ପିଟାଲରୁ ସେ ଏକ ଆମ୍ବୁଲାନ୍ସ ଘରକୁ ପଠାଇଥିଲେ । ଏହାକୁ ଶାଶୁଘର ଲୋକ ଅଣଦେଖା କରିଥିଲେ । ପରେ ମହିଳା ଜଣକ ସୁଇସାଇଡ୍ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଜଣାଇଥିଲେ । ଏହି ଫୋନ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆଉ ସବୁ ମିଛ ଷଡ଼ଯନ୍ତ୍ର ଥିବା ଜାଣିବାକୁ ପାଇଥିଲା । ପୁଲିସ ଅଭିଯୁକ୍ତ ଯୁବକ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କାନପୁର ଏସଡିପିଓ କହିଛନ୍ତି, ଅଭିଯୁକ୍ତର ଲୋକେସନ ଟ୍ରାକ୍ କରାଯାଉଛି ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe