Image Courtesy of Times of India
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ସ୍ବାମୀଙ୍କୁ ହତ୍ୟା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ଜଣେ ନର୍ସଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅର ବୟାନ ଧରାପକାଇ ଦେଇଥିବା କଥା ପୁଲିସ କହିଛି।
ଏହାଛଡ଼ା, ଉକ୍ତ ନର୍ସଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି କୁହାଯାଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କାରଣରୁ ଗିରଫ କରାଯାଇଛି।
ପୁଲିସ କହିବା ଅନୁସାରେ, ନର୍ସ ଚାକିରି କରୁଥିବା କବିତା ନଭେମ୍ବର ୨୯ ତାରିଖ ଦିନ ସ୍ବାମୀଙ୍କ ସହିତ ଝଗଡ଼ା କରିବା ପରେ ତାଙ୍କୁ ହତ୍ୟା କରିଥିଲେ। ତା’ପରେ ସ୍ବାମୀଙ୍କ ଶବକୁ ନେଇ କାମ କରୁଥିବା ଡାକ୍ତରଖାନାକୁ ଆସି ଡାକ୍ତରମାନଙ୍କୁ କହିଥିଲେ କି, ସ୍ବାମୀ ଗୋଟାଏ କମ୍ବଳରେ ଫାଶ ପକାଇ ପଙ୍ଖାରେ ଓହଳି ଜୀବନ ହରାଇଛନ୍ତି।
Representative image courtesy of NDTVଆନୁସଙ୍ଗିକ ଔପଚାରିକତା ପରେ ଡାକ୍ତରଖାନା ପୁଲିସକୁ ସୂଚନା ଦେଲା। ଶବ ବ୍ୟବଚ୍ଛେଦ ବେଳେ ଜଣାପଡ଼ିଲା ତଣ୍ଟିକୁ ଚିପା ଯାଇଥିବାର ଚିହ୍ନ ରହିଛି। ପୁଲିସର ସନ୍ଦେହ ହେବାରୁ ସେ କବିତାଙ୍କ ୧୩ ବର୍ଷୀୟ ଝିଅକୁ ପଚାରିବାରୁ ପ୍ରକୃତ ଘଟଣା ଜଣାପଡ଼ିଥିଲା। ଝିଅ କହିଲା ଯେ, ମାଆ ଝରକାବାଟେ ବାପାଙ୍କ ପାଟିକୁ ମାଡ଼ି ଧରିଥିଲେ।
କବିତାଙ୍କୁ ଜେରା କରିବାରୁ ସେ ଅପରାଧ ସ୍ବୀକାର କଲେ ଓ ପୁଲିସ ତାଙ୍କୁ ଗିରଫ କଲେ। କବିତା କହିଲେ କି, ମଦ ଖାଇ ସ୍ବାମୀ ତାଙ୍କୁ ସବୁବେଳେ ମାରଧର କରନ୍ତି। ନଭେମ୍ବର ୨୯ରେ ସେଭଳି ଘଟଣା ଘଟିବାରୁ ସେ (ସ୍ବାମୀ) ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରିଥିଲେ।
Follow Us